ପଞ୍ଚୁପାଲିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବୁନ୍ଦାଏ ରକ୍ତ ପାଇଁ ବେଳେ ବେଳେ କାହାର ବି ଜୀବନ ଚାଲିଯାଉଛି । ସେଇଥିପାଇଁ ରକ୍ତ ଦାନ ମହାପୁଣ୍ୟକୁ ଆଖି ଆଗରେ ରଖି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ସ୍ଥିତ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ସମ୍ମୁଖରେ ଶନିବାର ପଞ୍ଚୁପାଲି ପ୍ରଧାମନ୍ତ୍ରୀ ଜନ ଔଷଧି କେନ୍ଦ୍ର ସହିତ ଦୈନିକ ଖବର କାଗଜ ବାଲିଆପାଳ ବ୍ଲକ ପ୍ରତିନିଧି ଓ ଏମ୍ସ କମ୍ପ୍ୟୁଟର ବାଲିଆପାଳର ମିଳିତ ସହଯୋଗ ରେ ଏକ ବିଶାଳ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମ କୁ ପଞ୍ଚୁପାଲି ସରକାରୀ ଆୟୁର୍ବେଦିକ ଦାତବ୍ୟ ଚିକିତ୍ସାଳୟ ର ଡାକ୍ତର ପୂଜା ହୁଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥଲେ । ପ୍ରକାଶ ଚନ୍ଦ୍ର ପ୍ରଧାନ,ଜନ ଔଷଧି କେନ୍ଦ୍ର ମାନସ ଦାସ ଓ ଏମ୍ସ କମ୍ପ୍ୟୁଟର ନିର୍ଦେଶକ ସାଗର କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଏହି ରକ୍ତ ଦାନ ଶିବିର ହୋଇଥିଲା ।

ଶିବିର ରେ ମୋଟ ୫୪ ୟୁନିଟର ରକ୍ତ ସଂଗ୍ରହ କରାଯାଇଥିଲା । ବାଲେଶ୍ୱର ରକ୍ତ ଭଣ୍ଡାର ର ଡ଼କ୍ଟର ବସନ୍ତ କୁମାର ଉପାଧ୍ୟାୟ , ଟେକନିସିଆନ ମନୋଜ କୁମାର ଗନ୍ତାୟତ,ପ୍ରକାଶ ମହାନା,ବିଦ୍ୟାଧର ସାହୁ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସଚିନ୍ଦ୍ର ନାଥ ଦାସ ,କାଞ୍ଚନବାଳା ଦାସ, ରବିନ୍ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।