କୋରେଇ ବ୍ଲକ ପରିସରରେ ଜାତୀୟ ପଞ୍ଚାୟତ ରାଜ ଦିବସ ର ବ୍ଲକ ସ୍ତରୀୟ ସମାରୋହ ଦିବସ ପାଳିତ ହୋଇଯାଇଛି । ବିଡିଓ ଅବନୀକାନ୍ତ ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିବା ସହିତ କୋରେଇ ରେ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ର ଶୁଭାରମ୍ଭ କରିବା ସହିତ ହିତାଧିକାରୀ ମାନଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିବା । କାଶ୍ମୀର ର କାଳବୋମାରେ ଘଟିଥିବା ଅମାନୁଷିକ ଘଟଣା ପାଇଁ ସଭାରେ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହିତ ପୁଷ୍ପମାଲ୍ୟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସ୍ଥଗିତ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ କର୍ମଚାରୀ,ଅନେକ ସରପଞ୍ଚ ଓ ପି ଆର ଆଇ ମେମ୍ବର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।