ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା

ଆଳିର ପୂର୍ବତନ ବିଧାୟକ କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ୨୦୧୪ରୁ ୨୦୧୯ ବିଧାନସଭାର ସଦସ୍ୟ ଥିଲେ ଦେବେନ୍ଦ୍ର । ୧୫ତମ ବିଧାନସଭାରେ ଆଳି ନିର୍ବାଚନ ମଣ୍ଡଳୀରୁ କରିଥିଲେ ପ୍ରତିନିଧିତ୍ଵ । ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବହୁ ନେତା ମନ୍ତ୍ରୀ । ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ସ୍ଵର୍ଗତ ଶର୍ମାଙ୍କ ଦେହାନ୍ତରେ ଆଳି, କନିକା ଓ କେନ୍ଦ୍ରାପଡାର କର୍ମୀମାନେ ମ୍ରିୟମାଣ ହୋଇ ପଡିଛନ୍ତି । ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶନିବାର ଅପରାହ୍ନରେ ଶ୍ରୀ ଶର୍ମାଙ୍କ ପାର୍ଥିବ ଶରୀର ପତ୍ରପୁର ସେତୁ ନିକଟରେ ପହଞ୍ଚିବା ପରେ ଏକ ବିଶାଳ ଶୋଭାଯାତ୍ରା ରେ ହଜାର ହଜାର ସମର୍ଥକ ଆଳି ଏବଂ ରାଜକନିକା ଅଞ୍ଚଳ ପରିକ୍ରମା କରିଥିଲେ । ପରେ ତାଙ୍କ ମର ଶରୀର ନିଜ ପୈତୃକ ବାସ ଭବନ ସାମ୍ନାରେ ପଞ୍ଚଭୂତରେ ଲୀନ ହୋଇଥିଲା । ଆଳି ଏବଂ ରାଜକନିକା ଅଞ୍ଚଳ ର ବିଭିନ୍ନ ଦଳର ବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଶ୍ରୀ ଶର୍ମାଙ୍କ ଶେଷ ଦର୍ଶନ କରିବା ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।