ସୁନ୍ଦରଗଡ଼ର ସାମ୍ବାଦିକ ପରିବାରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତିଲଡେଗା ଗ୍ରାମର ବାସିନ୍ଦା ତଥା ଜଣେ ଯୁବ ସାମ୍ବାଦିକ ସମେତ ଓଡ଼ିଆ ଘରୋଇ ନ୍ୟୁଜ୍ ଚ୍ଯାନେଲର ମୁଖ୍ୟ ସମ୍ପାଦକ ଅଶୋକ କୁମାର ଦାଶଙ୍କ ପରଲୋକ ହୋଇଛି । ଶୁକ୍ରବାର ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟ ପରେ ରାଉରକେଲା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ହିଁ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟ ବେଳକୁ ତାଙ୍କୁ ୩୩ ବର୍ଷ ହୋଇଥିଲା ।

ତାଙ୍କର ବଳିଷ୍ଠ ସାମ୍ବାଦିକତା ଯୋଗୁଁ ସେ ବାଲିଶଙ୍କରରେ ବେଶ ଲୋକପ୍ରିୟ ହୋଇପାରିଥିଲେ । ସେ ସାମ୍ବାଦିକତା କରିବା ସହ ସମାଜସେବା ମଧ୍ୟ କରୁଥିଲେ । ଶ୍ରୀ ଦାସଙ୍କ ମୃତ୍ୟୁ ବାଲିଶଙ୍କରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଶୋକାକୁଳ ପରିବେଶରେ ତିଲଡ଼େଗା ଗ୍ରାମସ୍ଥିତ ପୈତୃକ ବାସଭବନ ନିକଟରେ ଥିବା ନଦୀରେ ତାଙ୍କର ଅନ୍ତେଷ୍ଟି କ୍ରିୟା ଶେଷ ହୋଇଛି । ସ୍ବର୍ଗତ ଅଶୋକ ଦାସଙ୍କ ପୁତୁରା ମୁଖାଗ୍ନି ଦେଇଛନ୍ତି । ତାଙ୍କର ଏହି ଅକାଳ ବିୟୋଗରେ ପରିବାର ସମେତ ଗ୍ରାମବାସୀ ଓ ସାମ୍ବାଦିକ ପରିବାରରେ ଶୋକର ଛାୟା ଖେଳିଯାଇଥିଲା ।