ନୂଆପଡାରେ ମାରାଗୁଡା ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ସ୍ଥାନ ପରିବର୍ତ୍ତନ ନେଇ ଚର୍ଚ୍ଚା

ନୂଆପଡା ମାରାଗୁଡା ଲୋକ ମହୋତ୍ସବ ପାଇଁ ସ୍ଥାନୀୟ ସଦ୍ଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡା ବିଧାୟକ ଜୟ ଢୋଲକିଆ, କଳାହାଣ୍ଡି ପୂର୍ବତନ ଏମପି ବସନ୍ତ ପଣ୍ଡା ତଥା ଜିଲ୍ଲାର ଅନେକ ଛାମୁଆ ନେତା ବୁଦ୍ଧିଜୀବୀ, ଆଇନ ଜୀବୀ ଯୋଗ ଦେଇ ନିଜର ବହୁମୂଲ୍ୟ ମତ ପ୍ରଦାନ କରିଥିଲେ।

ସବୁଠାରୁ ବଡ ଚର୍ଚ୍ଚାର କଥାଥିଲା ମହୋତ୍ସବ ଅନୁଷ୍ଠିତ କେଉଁଠି ହେବ। କାରଣ ଥିଲା ଯେ ନୂଆପଡା ମିନିଷ୍ଟାଡିୟମରେ ଘାସ ପ୍ରତିରୋପଣ କରାଯାଉଛି। ଯଦି ସେଠି ମହୋତ୍ସବ ଅନୁଷ୍ଠିତ ହୁଏ ତେବେ ଘାସ ନଷ୍ଟ ହେଇଯିବାର ସମ୍ଭାବନା ଅଛି। ଏଣୁ ମହୋତ୍ସବ ଅନୁଷ୍ଠିତ କରିବାର ସ୍ଥାନ ନୂଆପଡା ସଦର ମହକୁମା ଠାରୁ ପାଞ୍ଚ କିଲୋମିଟର ଦୁରକୁ ନ୍ୟାସନାଲ କଲେଜ ପଡିଆକୁ ସ୍ତାନନ୍ତରଣ କାଯାଇଛି। ଏନେଇ ନୂଆପଡା ବାସି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।