ନୂଆପଡ଼ାରେ ନବୀନଙ୍କ ଏଣ୍ଟ୍ରି, ଭକ୍ତ,ମୋହନ ଛାନିଆ

ନୂଆପଡ଼ାରେ ପହଞ୍ଚିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରଚାର ପାଇଁ ଥଳ କୂଳ ପାଇଲେନୀ ବିଜେପି କଂଗ୍ରେସ। ନବୀନ ବାବୁଙ୍କୁ ଦେଖି କୋମନା ଅଞ୍ଚଳର କର୍ମୀଙ୍କ ମନରେ ଯୋସ ବଢ଼ିଛି।ପୁଣି ଆରମ୍ଭ ହେବ ସେବା ଓ ବିକାଶର ନୂଆ ଧାରା ।ନୂଆପଡ଼ା ଉପ ନିର୍ବାଚନ ପ୍ରଚାରରେ ନବୀନ ଙ୍କ ପାଖରୁ ଏହି ବାର୍ତ୍ତା ପାଇ ଯେମିତି ନୂଆ ଉତ୍ସାଅ ଓ ଉଦ୍ଦୀପନା ରେ ଭାରି ଯାଇଛି ନୂଆପଡ଼ା। ନୂଆପଡ଼ାରେ ପୁଣି ବିଜେଡ଼ିର ଗଡ ବାଜଇ ରଖିବାକୁ ନବୀନ କରିଛନ୍ତି ପଣ।

ବିଜୁ ଜନତା ଦଳକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଛନ୍ତି ଭୋଟର।ଏବେ ନୂଆପଡ଼ା ଗହଣରେ ନବୀନଙ୍କ ପ୍ରଚାର କର୍ମୀଙ୍କ ମନରେ ଯୋସ୍ ଭରିଛି । ସମସ୍ତଙ୍କୁ ବିଜୟ ବାନ ଉଡ଼ାଇବା ପାଇ ଦୃଢ଼ମାନା କରିଛି। ଜିଲ୍ଲା ବାସୀ ସେମାନଙ୍କର ପ୍ରିୟ ନେତାଙ୍କୁ ପାଖରେ ଦେଖିବାର ଉତ୍କଣ୍ଠା ଦେଖି ଲାଗୁଛି ବିଜେଡି ପାଇ ନୂଆପଡ଼ା ଏକ ନୂଆ ଦିସା ତିଆରି କରିବ।

ସେପଟରେ ନବୀନଙ୍କ ଗସ୍ତ କୁ ନେଇ ବିରୋଧୀ ମହଲରେ ଭାଳେଣି ପଡ଼ିଲାଣି। କିନ୍ତୁ ନୂଆ ପଡ଼ାରେ ବିଯୁଜନତା ଦଳର ବୃହତ୍ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ବିଜେଡି ନେତା ଓ କର୍ମୀ। ଆସନ୍ତା ୭ ତାରିଖରେ ମଧ୍ୟ ନୂଆପଡ଼ା ପ୍ରଚାରରେ ଯୋଗଦେବେ ନବୀନ ପଟ୍ଟନାୟକ । ନବୀନ ଯେଉଁଟି ଠିଆହୋଇ ଯାଆନ୍ତି ସେଠାରୁ ଆରମ୍ଭ ହୁଏ ବିକାଶର ଧାରା।ବିଜେଡି କର୍ମୀ ଙ୍କ ମଧରେ ହୋଇଯାଏ ସତ ସିଂହ ର ବଳ ।

ନବୀନଙ୍କ ଆଗରେ କାମ ଦିଏନି ଅନ୍ୟ ଦଳର ରଣ କୌଶଳ ବୋଲି ବିଜେଡି କର୍ମୀ ମତ ରଖିଛନ୍ତି।ତେବେ ଦର୍ଶକ ବନ୍ଧୁ ଆପଣଙ୍କୁ କଣ ଲାଗୁଛି ନବୀନଙ୍କ ଏହି ଗସ୍ତ ନୂଆପଡ଼ା ବିଜେଡି ପାଇଁ କେତେ ଲାଭ ଦାୟକ ହେବ। ବିରୋଧୀଙ୍କୁ କେତେ ମହଙ୍ଗା ପଡ଼ିବ । ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ବିଜେଡି କର୍ମୀଙ୍କ ମନରେ ଯେଉ ଉତ୍ସାହ ଭରିଛନ୍ତି ତାହା ବିଜେଡି ବିଜୟ ସୁନିଶ୍ଚିତ କରିବ କି ? ନା ପୁଣି ବିଜେଡ଼ି ଭେଳା ବୁଡିବ ତାହା ଦେଖିବାକୁ ବାକି ରହିଲା।