ନୂଆଗାଁରେ ବୁଲିଲା ସାଇବର ସଚେତନତା ରଥ

ନୟାଗଡ ଜିଲ୍ଲା ନୂଆଗାଁରେ ବୁଲିଲା ସାଇବର ସଚେତନତା ରଥ। ନୂଆଗାଁ ବ୍ଲକ ଡିମ୍ବିରି ଝରୀ ଆଞ୍ଚଳିକ ହାଇସ୍କୁଲ ମହିପୁରୁ ସରକାରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ରଥଙ୍କୁ ଛାତ୍ରଛାତ୍ରୀ ମାନେ ସ୍ୱାଗତ କରିଥିଲେ । ଏଥିସହିତ ଛାତ୍ରଛାତ୍ରୀ ମଧ୍ୟରେ ସାଇବର ଅପରାଧ ବନ୍ଦ କରିବା ଦିଗରେ ଅଧିକ ସଚେତନତା ଆଣିବାକୁ ସାଇବର ବିଷୟରେ କୁଇଜ୍ ଓ ଡିବେଟ କରାଯାଇଥିଲା । ସନ୍ଧ୍ୟା ସମୟରେ ମହିପୁରୁ ଛକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଇବର ଅପରାଧୀଙ୍କ ଠାରୁ ରକ୍ଷା ପାଇବା ପାଇଁ ମୋବାଇଲ କମ୍ପ୍ୟୁଟର ଲାପଟପ୍ ଆଦି ବ୍ୟବହାର କରୁଥିବା ସମୟରେ ଅଧିକ ସଚେତନତା ରହିବା, କୌଣସି ଅଜଣା କଲରେ ଆର୍ଥିକ କାରବାର ତଥ୍ୟ ପ୍ରଦାନ ନ କରିବା ପାଇଁ ଏହି ସଚେତନତା ରଥ ଦ୍ବାରା ଜିଲ୍ଲାର ସମସ୍ତ ପ୍ରମୁଖ ଅଞ୍ଚଳରେ ସଚେତନତା ବାର୍ତ୍ତା ପ୍ରଚାର କରିଯାଇଥିଲା। କାର୍ଯ୍ୟକ୍ରମରେ ଏସଡିପିଓ ସ୍ନେହାଶିଷ ସାହୁ,ଆଇଆଇସି ନାରାୟଣ ଚନ୍ଦ୍ର ଲେଙ୍କା,ଏସ୍ଆଇ ପୁରୁଷ ତମ ପ୍ରଧାନ,ଏସ୍ଆଇ ମନୋରଂଜନ ଦେହୁରୀଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ଛାତ୍ରୀ ଛାତ୍ର ଓ ଶିକ୍ଷକ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *