ନୂଆଁ ଖାଇଲେ ପଥର୍ଲା ଗ୍ରାମବାସୀ

ପୂର୍ବ ପରମ୍ପରା ଅନୁସାରେ ସର୍ବାଗ୍ରେ ନୂଆଖାଲେ ପଥର୍ଲା ଗ୍ରାମବାସୀ । ବର୍ତ୍ତମାନ ର ପଥର୍ଲା ଗୌନ୍ତିଆ ହିମାଂଶୁ ଶେଖର ମାଝୀ ଙ୍କ ନେତୃତ୍ଵ ରେ ସର୍ବ ପ୍ରଥମେ ନୂଆଖାଇ ପାଳନ କଲେ ପଥର୍ଲା, ପଳକା ପଦା ଏବଂ ବହାଦୁର ପଦର ଗ୍ରାମବାସୀ । ତେବେ ତତ୍କାଳୀନ ନାଗବଂଶୀ ରାଜା ପଥର୍ଲା ଗୌନ୍ତିଆ ଙ୍କୁ ଦେଇଥିବା ନୂଆଖାଇ ଉପହାର କୁ ଆଜିଵୀ ବଜାୟ ରଖିଛନ୍ତି ବର୍ତ୍ତମାନ ର ପଥର୍ଲା ଗୌନ୍ତିଆ ହିମାଂଶୁ ଶେଖର ମାଝୀ ।

ତେବେ ଭାଇଚାରା ଏବଂ ଭାତୃତ୍ୱ ର ସମ୍ପର୍କ କୁ ବଜାୟ ରଖିଥାଏ ଏହି ନୂଆଖାଇ। ସେହିପରି ପଶ୍ଚିମ ଓଡିଶା ର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ କୁ ଆସନ୍ତା 28 ତାରିଖ ରେ ସମଗ୍ର ପଶ୍ଚିମ ଓଡିଶା ପାଳନ କରୁଥିବା ବେଳେ ସର୍ବ ପ୍ରଥମେ ନୂଆଖାଇ ପାଳନ କରି ନୂଆଖାଇ ପରମ୍ପରା ବଖାଣିଛନ୍ତ ପଥର୍ଲା ଗ୍ରାମବାସୀ ।

ଗୌନ୍ତିଆ ପରିବାର ସମେତ ପଥର୍ଲା, ପଲକାପଡ଼ା ଏବଂ ବହାଦୁରପଦର ଗ୍ରାମବାସୀ ପ୍ରମୁଖ ହସଖୁସିରେ ନିଜ ନିଜ ପରିବାର ସହିତ ନବାନ୍ନ ଭକ୍ଷଣ କରିଥିଲେ । ପରେ ଛୋଟମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ଗାଁ ରେ ପଥର୍ଲା ଆଦିସ୍କନ୍ଧ ସମାଜ ତରଫରୁ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସଭାପତି କେଦାର ମାଝୀ, ସମ୍ପାଦକ ହିମାଂଶୁ ମାଝୀ, କୋଷାଧକ୍ଷ ଖୀରୋଦ ମାଝୀ, ଉମେଶ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।