ଯାଜପୁର କଳିଙ୍ଗନଗର ସ୍ଥିତ ନୀଳାଞ୍ଚଳ କମ୍ପାନୀ ଦ୍ଵାରା ପରିଚାଳିତ ୟୁନିକୋ ଏଣ୍ଟରପ୍ରାଇଜେସ କମ୍ପାନୀ ତରଫରୁ ଦାନଗଦୀ ପୋଲିସକୁ ନେଇ ୩୬ତମ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

ମୋଟରସାଇକେଲ ଆରୋହୀ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ ଓ ଚାରି ଚକିଆ ଯାନ ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନ କରିବା ସହିତ ସିଟ ବେଲ୍ଟ ପିନ୍ଧି ଗାଡି ଚଳାଇବା ପାଇଁ ପରାମର୍ଶ ଦେଇଥିଲେ ।

ଏଥି ସହିତ ଡବଲ ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଗୋଲାପ ଫୁଲ ଏଵଂ ଚକୋଲେଟ୍ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା କରାଯାଇଥିବାର ଦେଖିବାକୁ ମିଳିଥିଲା । ଜନଜାଗରଣ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କମ୍ପାନୀର ଏହା ଏକ ନିଆରା ପ୍ରୟାସ । ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅମୂଲ୍ୟ କୁମାର ମିଶ୍ର ଯୋଗଦେଇ ସମସ୍ତ ଡ୍ରାଇଭର ଓ ମାଲିକ ମାନଙ୍କୁ ଗାଡ଼ି ଚଳାଇଲା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜର ସୁରକ୍ଷା ସହିତ ପରିବାର ସୁରକ୍ଷିତ ରହି ପାରିବ” ବୋଲି ପରାମର୍ଶ ଦେଇଥିଲେ।
ୟୁନିକୋ ଏଣ୍ଟର ପ୍ରାଇଜେସର ନିର୍ଦେଶକ ଅଭିନେଶ ପିଭିଙ୍କ ନେତୃତ୍ୱରେ , ଶାଖା ପରିଚାଳକ ରୁଦ୍ର ନାରାୟଣ ବେହେରା, ସୁରକ୍ଷା ଅଧିକାରୀ ପତିତପାବନ ପତି, ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ନାୟକ, ମାନବ ସମ୍ବଳ ଅଧିକାରୀ ସୌଭାଗ୍ୟ ରଂଜନ ପଣ୍ଡା, ପ୍ରଶାନ୍ତ ରାଉତ, ବିଶ୍ୱଜିତ୍ ରାଉତ, ବାସୁଦେବ ମହାନ୍ତଙ୍କ ସହଯୋଗରେରେ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା ।