କୋରାପୁଟ ଜିଲ୍ଲା ସେମିଳିଗୁଡା ପ୍ରେସ କ୍ଲବ ଠାରେ ନିଷ୍ଠା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ନିଷ୍ଠାକୁ ଏଗାର
ବର୍ଷ ପୂର୍ତ୍ତି ଅବସରରେ ନିମନ୍ତ୍ରତି ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ, ମୁଖ୍ୟ ବକ୍ତା, ଉଷାରଣୀ ଦାସ ଅଧ୍ୟକ୍ଷା ମହିଳା ମହା ବିଦ୍ୟାଳୟ, ସ୍ବତନ୍ତ୍ର ଅତିଥି ଓମ ଶାନ୍ତି ତରଫରୁ ବି.କେ.ନମିତା, ସମ୍ମାନିତ ଅତିଥି ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର, ସମ୍ମାନିତ ଅତିଥି ଆଚାର୍ଯ୍ୟ ମନୁଦେବ, ନିଷ୍ଠାର ଅଧ୍ୟକ୍ଷା ମମତା ରାଇ ବରିଷ୍ଟ ସାମ୍ବାଦିକ ଅଜେୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମହିଳା ଏବଂ ପୁରଷ ମଧ୍ୟରେ କୌଣସି ପାତର ଅନ୍ତର ନଥିବା ଉଭୟଙ୍କ ସମନ୍ତର ଆଧିକାର ଉପରେ ମତରଖି ଥିଲେ।






ନିଷ୍ଠା ଅଧ୍ୟକ୍ଷା ସୁଶ୍ରୀ ମମତା ରାୟଙ୍କ ନେତୃତ୍ବରେ ମୁଖ୍ୟ ଅତିଥିଙ୍କୁ ସ୍ଵାଗତ ଭାଷଣ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ, ପରିଚୟ ପ୍ରଦାନପୂର୍ବକ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ଆନ୍ତର୍ଜାତିକ ମହିଳା ଦିବସର ଶୁଭ ଉଦଘାଟନ, ଅତିଥି ମାନଙ୍କ ଦ୍ୱାରା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ନିଷ୍ଠା ତରଫରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନାରେ ସସ୍ମିତା ପଟନାୟକ, ରଶ୍ମିତା ପତି, ଆଶାକର୍ମୀ ଭାବେ ହୋନିସ ସଉତା, ସ୍ୱଛା କର୍ମୀ ଭାବେ ଯଶୋଧା କିର୍ଶନୀ, ଗଣମାଧ୍ୟମ ପ୍ରତିନିଧି ସି ହେଚ କୁର୍ମା ରାଓ, ସାମାଜିକ ସଚେତକ ବୁଲ୍ଲୁ ମହାରଣା, ବରିଷ୍ଟ ନାଗରିକ, ଏବଂ ଅଞ୍ଚଳ ଉତ୍ତମ ସାମାଜିକ ଆଧ୍ୟାତ୍ମିକ ସଙ୍ଗ ମଧ୍ୟରେ କୁନ୍ଦୁଲି ଗୁରୁକୁଳ ଆଶ୍ରମ, ଓମ ଶାନ୍ତି, ଏବଂ ଗାୟତ୍ରୀ ପରିବାର, ସମାଜସେବି ଅଗ୍ନି ଗଙ୍ଗାମ୍ମା ଟିମକୁ ଉଚ୍ଚ ମାନର ସମ୍ଭର୍ଦ୍ଧନାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି।
ପରିଶେଷରେ ମଞ୍ଚ ପରିଚାଳନା କରିଥିବା ମୋନାଲିସା ରାଇ, ଏବଂ ସରଜକୁ ବିବାହ ବାର୍ଷିକୀରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଛି। କାର୍ଯ୍ୟକ୍ରମରେ ନିଷ୍ଠାର କର୍ମକର୍ତ୍ତା ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସି ଆନ୍ତର୍ଜାତିୟ ମହିଳା ଦିବସରେ ଯୋଗ ଦେଇଥିଲେ ।