ନିଷେଦ୍ଧାଞ୍ଚଳରେ ଖୁଲମଖୁଲା ଚାଲିଛି ମତ୍ସ୍ୟଜୀବୀ ଓ କାଠ ମାଫିଆଙ୍କ ରାଜ୍

ନିଶେଦ୍ଧାଞ୍ଚଳରେ ଖୁଲମଖୁଲା ଚାଲିଛି ମାଛ ଓ କାଠ ମାଫିଆଙ୍କ ରାଜ । ମାଛ ମାଫିଆଙ୍କ ମୋଟା ଆଙ୍କରେ ବନ ବିଭାଗ ଚୁପ୍ । ବନ ବିଭାଗ ଓ ମାଛ ମାଫିଆଙ୍କ ମଧ୍ୟରେ ଚାଲିଛି ଚୋରା ପିରତି । ଏକଥା ଆମେ କହୁନାହୁଁ କହୁଛନ୍ତି ଖୋଦ ସ୍ଥାନୀୟ ବାସିନ୍ଦା । ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ କନିକା ଓ ରାଜନଗର ରେଞ୍ଜର ନିଶେଦ୍ଧାଞ୍ଚଳରେ । ସେଠାରେ ବନବିଭାଗ ଜଣାତରେ ବେଧଡକ ଚାଲିଛି ମାଛଧରା । ଭେକ୍ଟା ଜାଲ ପାଖରୁ ଆରମ୍ଭ କରି ବେଡ ଜାଲ ପର୍ଯ୍ୟନ୍ତ ବିଭିନ୍ନ ଜାଲ ବସାଇ ମାଛ ଯାଆଁଳ ପାଖରୁ ଆରମ୍ଭ କରି ବଡ଼ ମାଛ ଧରି ମାଛ ବଂଶକୁ ନିପାତ କରୁଛନ୍ତି ମାଛ ମାଫିଆ । ମସ୍ତ୍ୟଜୀବୀଙ୍କ ଅବାଧ ପ୍ରବେଶ ଯୋଗୁଁ କୁମ୍ଭୀର ମାନେ ନିଷେଦ୍ଧାଞ୍ଚଳରେ ଖାଦ୍ୟ ନପାଇ ଭିତରକନିକା ଛାଡି ଗାଁ ଗହଳିର ନଦୀ ନାଳ ଓ ପୋଖରି ଭିତରେ ପସି ଲୋକଙ୍କ ଧନ ଜୀବନ ନଷ୍ଟ କରୁଛନ୍ତି ।

ମାଛ ମାଫିଆ ଖାଲି ମାଛ ମାରୁ ନାହାନ୍ତି ତାହା ସହିତ ଜଙ୍ଗଲରୁ ଗରାଣୀ କାଠ କାଟି ସେହି କାଠକୁ ବେଡ ଜାଲ ବସାଇବା ପାଇଁ କିଳା ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ମାଛ ମାଫିଆ ମାନେ ଭିତରକନିକା ନିଷେଧାଞ୍ଚଳରେ ବନ ବିଭାଗକୁ ହାତଗୁଂଜା ଦେଇ ଶତାଧିକ ବୋଟ ରଖିଛନ୍ତି ଆଉ ବୋଟ ପାଖକୁ ଯିବା ଆସିବା କରିବା ପାଇଁ ଜଙ୍ଗଲକୁ ସୁରକ୍ଷା ଦେଉଥିବା ତାର ଜାଲିକୁ କାଟି ରାସ୍ତା କରୁଛନ୍ତି । ଏଭଳି ଅନୈତିକ କାର୍ଯ୍ୟ ଦୀର୍ଘ ବର୍ଷ ହେବ ରାଜନଗର ବନଖଣ୍ଡ ଅଧିନସ୍ତ କନିକା ରେଞ୍ଜର ଗର୍ତ୍ତ ମୌଜା, କେରୁଆପାଳ, ବନିପାଳ, ପ୍ରଭାତୀ, ଅହିରାଜପୁର ଓ ଶୈଳେନ୍ଦ୍ରସରାଇ ଅଞ୍ଚଳରେ ହୋଇଆସିଥିଲେ ସୁଦ୍ଧା ମାଛ ମାଫିଆଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ବନ ବିଭାଗ । କାରଣ ଏସବୁ ଅନୈତିକ କାର୍ଯ୍ୟକୁ ନିଜେ ବନ ବିଭାଗ ଅନୁମତି ଦେଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ପରିବେଶ ବିତ କହିଛନ୍ତି ଯେଉଁଠି ମାଛ ମାଫିଆ ବୋଟ ରଖି ମାଛ ମାରୁଛନ୍ତି ତାହା ସମ୍ପୂର୍ଣ୍ଣ ନିଷେଧାଞ୍ଚଳ, ତାହା ପୁଣି ବନ ବିଭାଗର ବିଟ ଘର ସାମ୍ନାରେ । ଯଦି ଏ ସବୁ ଅନୈତିକ କାର୍ଯ୍ୟ ବିଟ ଘର ସାମ୍ନାରେ ହେଉଛି ତାହା ଉପରେ ବନ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହୁଁ, ତାହା ଏବେ ବଡ ପ୍ରଶ୍ନ ପାଲଟିଛି । ଯେତେବେଳ ଜଙ୍ଗଲ ଓ ତାହାର ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ରାଜ୍ୟର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଅଧିକ ତତ୍ପରତା ଦେଖାଉଛନ୍ତି, ଠିକ୍ ସେତିକି ବେଳେ ଟଙ୍କା ଲୋଭରେ ରାଜନଗର ବନଖଣ୍ଡ ଅଧିନସ୍ଥ କନିକା ଓ ରାଜନଗର ରେଞ୍ଜରେ ମାଛ ମାଫିଆଙ୍କ ସହିତ ବନ ବିଭାଗ ହାତ ମିଳାଇ ଜଙ୍ଗଲ ଓ ତାହାର ଜୀବଜନ୍ତୁଙ୍କୁ ଧ୍ଵଂସ କରୁଛି । ତେଣୁ ଏଥିପ୍ରତି ଉପରସ୍ଥ ଅଧିକାରୀ ତୁରନ୍ତ ଧ୍ୟାନ ନଦେଲେ ସେଠାରେ ଏପରି ଅନୈତିକ କାର୍ଯ୍ୟ ଆହୁରି ବୃଦ୍ଧି ପାଇବ ବୋଲି ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *