ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀକୁ ପଟି ପିଟି ମାରିଦେଇଥିବା ଅଭିଯୋଗ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନରେ ଥିବା ‘ବାସ୍ତବ’ ନିଶା ନିବାରଣ କେନ୍ଦ୍ର ନାଁରେ ସାଂଘାତିକ ଅଭିଯୋଗ । ନିଶା ଛଡ଼ାଇବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିବା ଯବକଙ୍କ ମୃତ୍ୟୁ ।

ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । କିନ୍ତୁ, ଏବେ ମିଳିଛି କ୍ଷତାକ୍ତ ମୃତଦେହ । ଶରୀରରେ ଗଭୀର ଆଘାତର ଚିହ୍ନ ଲାଗିଥିବାବେଳେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ରେ ଥିବା ‘ବାସ୍ତବ’ ନିଶା ନିବାରଣ କେନ୍ଦ୍ର ନାଁ ରେ । ସୁଚନା ଅନୁଯାୟୀ ଯାଜପୁର ଜିଲ୍ଲା ହରିପୁର ଗାଁ ର କେଦାରନାଥ ପରିଡାଙ୍କ ପରିବାର ଲୋକେ ଗତ ୪ ତାରିଖ ଦିନ ବାସ୍ତବ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିଛିଦିନ ତଳେ ପରିବାର ଲୋକେ ଆସିଥିବା ବେଳେ ତାଙ୍କୁ ସିସିଟିଭି ଜରିଆରରେ କେଦାରନାଥଙ୍କୁ ଦେଖାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ତେବେ ଗତକାଲି ସେ ଅସୁସ୍ଥ ଥିବା ପରିବାର ଲୋକଙ୍କୁ ଜଣାଇଥିଲେ , ପରେ କେଦାରନାଥଙ୍କ ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିବା ନେଇ ଜଣାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ପରିବାର ଲୋକେ ଆସି ଦେଖିଥିଲେ ଯେ କେଦାରନାଥଙ୍କ ମୃତ୍ୟୁହୋଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି ଯାହାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବର ଲୋକେ । । ଘଟଣା କୁ ନେଇ ନିଶା ନିବାରଣ କେନ୍ଦ୍ର ର କର୍ତ୍ତୃପକ୍ଷ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ନିଶା ନିବାରଣ କେନ୍ଦ୍ରର ମାଲିକ ନିରଞ୍ଜନ ସାହୁ ଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ କରୁଥିବା ଜଣା ପଡିଛି । ଅନ୍ୟପଟେ ଅନ୍ୟ ଅନ୍ତେବାସୀ ମାନଙ୍କ ଉପରେ ଅତ୍ୟାଚାର ତଥା ଶାରୀରିକ ନିର୍ଯାତନା ହେଉଥିବା କଥା କହିଛନ୍ତି ଅନ୍ତେବାସୀ ।

Leave a Reply

Your email address will not be published. Required fields are marked *