କେନ୍ଦୁଝର ଜିଲ୍ଲା ଯୋଡ଼ା ଅନ୍ତର୍ଗତ ରିମୁଳି ଠାରୁ ରାଜାମୁଣ୍ଡା ୫୨୦ ନଂ ଜାତୀୟ ରାଜପଥରେ ଦୈନିକ ଛୋଟ ବଡ ସଡକ ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ହୋଉଛି।
ଏହିପରି ଏକ ସଡ଼କ ଦୁର୍ଘଟଣା ଘଟିଛି ଯୋଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୨୦ ନମ୍ବର ଲହଣ୍ଡା ନିକଟରେ। ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ମୃତ, ୨ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଯୋଡ଼ା ଥାନା ବନେଇକଳା ଅଞ୍ଚଳର ରୋହିତ ମହାକୁଡ଼ ।
ସୂଚନା ଅନୁସାରେ, ୩ ଜଣ ଯୁବକ ଏକ ବାଇକ୍ ଯୋଗେ ବିଲେଇପଦା ହାଟରୁ ନିଶାସକ୍ତ ଅବସ୍ଥାରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ବାଜି ରାସ୍ତାରେ ଛିଟିକି ପଡିଥିଲେ।
ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ରୋହିତ ମହାକୁଡ଼ଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।