ନିଜ ଆଦେଶକୁ ରଦ୍ଦ କଲେ ଅଦାଲତ

କୋରାପୁଟ : ୨୦୧୮ ରେ କୋରାପୁଟ ଜିଲ୍ଲା ଜୟପୁର ଠାରେ ଥିବା ଖାଉଟି ଅଦାଲତ ରେ ହୋଇଥିବା ଏକ ଖାଉଟି ମାମଲାକୁ ନେଇ ମାନ୍ୟବର ଖାଉଟି ଅଦାଲତ ସେମିଳିଗୁଡା ତହସିଲଦାର ଙ୍କ ବିରୁଦ୍ଧରେ ଯେଉଁ ରାୟ ପ୍ରକାଶ କରିଥିଲେ ସେହି ରାୟ କୁ ପୁଣି ରଦ୍ଦ କରିଛନ୍ତି। ସେମିଳିଗୁଡା ର କୃତିବାସ ରାଉତ ନାମକ ଜଣେ ଆଇନଜିବିଙ୍କ ଦ୍ଵାରା ୨୦୧୮ ରେ ଏକ ମାମଲା କରାଯାଇଥିଲା। ତେବେ ଗତ ୨୦୨୨ ମସିହାରେ ଏହି ମାମଲା ର ସମାଧାନ ହୋଇଥିଲା। କିନ୍ତୁ ଗତ ୨୯ ଜୁଲାଇ ୨୦୨୫ ରେ ମାନ୍ୟବର ଅଦାଲତ ସେମିଳିଗୁଡା ତହସିଲଦାରଙ୍କ ନାମରେ ଜାମିନ ଯୁକ୍ତ ଗିରଫ ପରୱାନା ଜାରି କରିଥିଲେ।


ବିଭିନ୍ନ ଗଣମାଧ୍ୟମ ରୁ ସେମିଳିଗୁଡା ତହସିଲଦାର ଖବର ଜାଣିବା ପରେ ମାନ୍ୟବର ଅଦାଲତ ଙ୍କ ନିକଟରେ ଏକ ପିଟିସନ ଦାଖଲ କରି ମାମଲା ପୂର୍ବରୁ ସମାଧାନ ହୋଇ ସାରିଥିବା ନେଇ ଦର୍ଶାଇଥିଲେ। ପରବର୍ତ୍ତୀ ସମୟରେ ଅଦାଲତ ମାମଲାର ଶୁଣାଣି କରି ପୂର୍ବରୁ ମାମଲା ସମାଧାନ ହୋଇ ସାରିଥିବା ଯୋଗୁଁ ଗତ ୨୯ ଜୁଲାଇ ରେ ଦିଆ ଯାଇଥିବା ଆଦେଶ କୁ ରଦ୍ଦ କରିବା ସହିତ ଏହା ପୂର୍ବରୁ ସମାଧିତ ଏକ ମାମଲା ଏବଂ ଏହାର କୌଣସି ଶକ୍ତି ନାହିଁ। ତେଣୁ ଏହି ଆଦେଶ କୁ ଡ୍ରପ କରାଗଲା ବୋଲି ଦର୍ଶାଇଥିଲେ। ସେମିଳିଗୁଡା ତହସିଲଦାର ଙ୍କ ବ୍ୟକ୍ତିଗତ ନାମ ସହିତ ଅଦାଲତ କୌଣସି ଆଦେଶ ଦେଇ ନ ଥିଲେ ସୁଦ୍ଧା, କିଛି ଗଣ ମାଧ୍ୟମରେ ତହସିଲଦାର ଙ୍କ ନାମ ପ୍ରକାଶ କରା ଯାଇଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରି ଏକ ପାଖିଆ ଖବର ପ୍ରସାରଣ ରୁ ସାମ୍ବାଦିକ ମାନେ ଦୂରେଇ ରହିବା ଉଚିତ୍ ବୋଲି କହିବା ସହ କ୍ଷୋଭ ପ୍ରକାଶ କରିଥିଲେ |