ନିଖୋଜ ଛାତ୍ରଙ୍କ ମିଳିଲା ମୃତଦେହ

ବରଗଡ଼ ଜିଲା ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡିଆ ଗ୍ରାମର ନବମ ଶ୍ରେଣୀ ଛାତ୍ର ସମୀର ପ୍ରଧାନ ରବିବାରରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପରିବାର ଲୋକେ ସମୀରଙ୍କର କୌଣସି ସନ୍ଧାନ ପାଇ ନ ଥିଲେ ।

ତେବେ ତାଙ୍କ ବାପା ଦିବ୍ୟ ଲୋଚନ ପୁଅ ନିଖୋଜ ନେଇ ଭଟଲି ଥାନାରେ ଏକ ଏତଲା ଦେଇଥିଲେ । ଆଜି ସମୀରଙ୍କ ମୃତଦେହ ଏକ ଜଙ୍ଗଲ ମଧ୍ୟରୁ ଜବତ କରାଯାଇଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଭଟଲି ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।