ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ କଲା ଚମ୍ପୁଆ ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା

ରାକ୍ଷୀ କାହାପାଇଁ କେବଳ ଏକ ସୂତା ମାତ୍ର ତ କାହାପାଇଁ କେବେ ଏହା ଅମୂଲ୍ୟ , କେବେ ଏହି ରାକ୍ଷୀ ଭାଇ-ଭଉଣୀ ର ପବିତ୍ର ବନ୍ଧନ ର ପ୍ରତୀକ ତ ପୁଣି କେବେ ଆମ ସଂସ୍କୃତି ର ପରିଭାଷା । କିନ୍ତୁ ଏ ବର୍ଷ ର ରାକ୍ଷୀ ପୂର୍ଣ୍ଣିମା ଟିକେ ଭିନ୍ନ ଓ ନିଆରା, ଯାହା ଆମ ପ୍ରକୃତି ମା ପାଇଁ ଉତ୍ସର୍ଗୀତ କରିବାକୁ ପ୍ରୟାସ କରିଛି ଚମ୍ପୁଆ ସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା। ପରିବେଶ ଓ ଆମ ସଂସ୍କୃତି ମଧ୍ୟରେ ସମନ୍ୱୟ ତଥା ପରିବେଶ ସୁରକ୍ଷା ସଚେତନ ନିମନ୍ତେ ଚମ୍ପୁଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ସମସ୍ତ ଆଶ୍ରମ ସ୍କୁଲ ଗୁଡିକରେ “ଜୈବିକ ରାକ୍ଷୀ ତିଆରି କାର୍ଯ୍ୟକ୍ରମ” କରାଯାଇଛି । ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ଜୟଶ୍ରୀ ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଚେତା ମିଶ୍ର ଙ୍କ ତରଫରୁ ଏହା ଆୟୋଜିତ ହୋଇଥିଲା ।

ପ୍ରାକୃତିକ ଉପକରଣ ପତ୍ର,ଫୁଲ,ଘାସ ଆଦି ବ୍ୟବହାର କରି ଜୈବିକ ରାକ୍ଷୀ ତିଆରି କରି ଚମ୍ପୁଆ ଉପଖଣ୍ଡ ର ବିଭିନ୍ନ ଆଶ୍ରମ ସ୍କୁଲ୍ ଅନ୍ତେବାସୀ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ କରିଛନ୍ତି। ପ୍ଲାଷ୍ଟିକ ଭଳି କ୍ଷତିକାରକ ରାସାୟନିକ ଦ୍ରବ୍ୟର ବ୍ୟବହାରରୁ ଦୁରେଇ ଛାତ୍ରଛାତ୍ରୀ ମାନେ ଏହି ଜୈବିକ ରାକ୍ଷୀ ତିଆରି ମାଧ୍ୟମରେ କେବଳ ଯେ ସ୍ନେହ ମମତା ବୁଣୁଛନ୍ତି ତାହା ନୁହେଁ ; ବରଂ ପରମ୍ପରା ଓ ପରିବେଶ ସୁରକ୍ଷାକୁ ସମାନ ଭାବରେ ଗୁରୁତ୍ୱ ଦେଇଛନ୍ତି । ପରିବେଶ ସୁରକ୍ଷା ଦିଗରେ ଏହି ପଦକ୍ଷେପ ନିଶ୍ଚିତ ଭାବରେ ପରିବେଶ ସଚେତନ ଦିଗରେ ଏକ ଆହ୍ବାନ ସୃଷ୍ଟି କରିବା ସହିତ ପରବର୍ତ୍ତୀ ପୀଢ଼ି ପାଇଁ ଏକ ସଚେତନ ଓ ପ୍ରେରଣା ର ଉତ୍ସ ହୋଇପାରିଛି।

Leave a Reply

Your email address will not be published. Required fields are marked *