ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି । ଏପରି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ଝାଡ଼ପିପଳ ପଞ୍ଚାୟତ ବାଇଗଣ ବାଡିଆ ଗ୍ରାମରେ ।
ସୂଚନା ଅନୁସାରେ ବିଳମ୍ବିତ ରାତିରେ ପଙ୍କଜିନୀଙ୍କ ଧାନ ଗଦାରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ।
ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ଆସି ପହଞ୍ଚିଲା ବେଳକୁ ସମସ୍ତ ଧାନ ପୋଡି ପାଉଁଶ ହୋଇଯାଇଥିଲା । ଏହା ସହ ଦୁଇଟି ଛେଳି ମଧ୍ୟ ନିଆଁ ଲାଗି ମରିଯାଇଛି । ତେବେ ଧାନରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ । ତେବେ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହୋଇ ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।