ପାରାଦ୍ଵୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ବ୍ଲାକ ମେଲିଂ ଅଭିଯୋଗ ହୋଇଛି । ଏହି ଘଟଣାରେ ଲକ୍ ଥାନା ପୋଲିସ ବିଜୟଓ୍ବାଡାରୁ ସମ୍ପୃକ୍ତ ଯୁବକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା ଅଞ୍ଚଳ ରେ ଥିବା ନିଜ ମାଉସୀ ଘରକୁ ଯାଇଥିବା ବେଳେ ଯୁବକଙ୍କ ସହିତ ପରିଚୟ ହୋଇଥିବା ଯୁବତୀଙ୍କର । ଉଭୟ ବିଭିନ୍ନ ସମୟରେ କଥାବାର୍ତ୍ତା ହେବା ସହିତ କିଛି ଫଟୋ ଉଠାଇଥିଲେ । ଯୁବକ ଜଣଙ୍କ ଚାକିରି କରିବାକୁ ବାହାର ରାଜ୍ୟକୁ ଯିବା ପରେ ଉଭୟଙ୍କ ମଧ୍ୟରେ ବେସୀ କଥାବାର୍ତ୍ତା ହେଉନଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ସହିତ ଉଠାଇଥିବା କିଛି ଅଶ୍ଲୀଳ ଫଟୋ କୁ ନେଇ ବ୍ଲାକ୍ ମେଲ୍ ଆରମ୍ଭ କରିଥିଲା । କିଛି ଦିନ ଅଳ୍ପ ଅଳ୍ପ ଟଙ୍କା ଯୁବତୀ ପଠାଇଥିବା ବେଳେ, ଯୂବକ ଜଣଙ୍କ ୫ ଲକ୍ଷ ଟଙ୍କା ଦାବି କରିଥିଲେ ।
ପୀଡିତା ନଦେଇ ପାରିବାରୁ ଯୁବକ ଜଣଙ୍କ ଏକ ଇନଷ୍ଟାଗ୍ରାମ ଆଇଡି ଖୋଲି ନାବାଳୀକା ଯୁବତୀଙ୍କ ଫଟୋ କୁ ଭାଇରାଲ କରିଥିଲା । ଫଳରେ ପରିବାର ପକ୍ଷରୁ ଗତ ୫ ତାରିଖରେ ଲକ୍ ଥାନା ରେ ଏତଲା ଦିଆଯାଇଥିଲା । ପୋଲିସ ଯୁବକଙ୍କ ଠିକଣା ଖୋଜି ତାଙ୍କୁ ବିଜୟଓ୍ବାଡା ରୁ ଉଠାଇ ଆଣିବା ସହିତ କୋର୍ଟ ଚାଲାଣ କରିଛି ।