
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ହୋଇଥିବା ହତ୍ୟା ଘଟଣାରେ ଦୁଇ ଗିରଫ। ଉଭୟ ମୃତକଙ୍କୁ ପିଟିପିଟି ହତ୍ୟା କରିଥିବା ହୋଇଥିଲା ଅଭିଯୋଗ। ସୂଚନା ମୁତାବକ, ସ୍ଥାନୀୟ ରାସ୍ତା କାମରେ ମୃତକ ଝାରଖଣ୍ଡର ନିରୁପାଲ ମହାତ ମିକ୍ସଚର ମେସିନ ଡ୍ରାଇଭର ଭାବେ କାମ କରୁଥିଲେ। ସେ ସ୍ଥାନୀୟ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବାରମ୍ବାର ଅଶ୍ଳୀଳ ବ୍ୟବହାର କରିଆସୁଥିଲେ। ଶନିବାର ଦିନ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ଅଶ୍ଳୀଳ ଫୋଟ ଉଠାଇଥିଲେ। ନାବାଳିକା ଜଣକ ବାପାଙ୍କ ଆସିବା ପରେ ସବୁକଥା ତାଙ୍କୁ କହିଥିଲେ । ଏଥିରେ ନାବାଳିକାଙ୍କ ବାପା ଓ ଦାଦା ଉତକ୍ଷିପ୍ତ ହୋଇ ଠିକା କ୍ୟାମ୍ପରେ ପହଞ୍ଚି ଡ୍ରାଇଭରଙ୍କୁ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଠିକା କ୍ୟାମ୍ପ କର୍ମଚାରୀଙ୍କ ସୂଚନାରେ ରାଇକିଆ ପୋଲିସ ରବିବାର ପ୍ରାଥମିକ ପଦକ୍ଷେପ ନେବା ସହ ନାବାଳିକା, ତାଙ୍କ ବାପା ଓ ଦାଦାଙ୍କୁ ପଚରା ଉଚରା କରିଥିଲା ଓ ପରେ ସେମାନଙ୍କୁ ଗିରଫ କରିଛି।