ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସମ୍ବଲପୁର ଗୋଶାଲା ସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରାୟ ୮୦ ରୁ ୯୩ ଜଣ ଛାତ୍ରଛାତ୍ରୀ ଶୁକ୍ରବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଘଟଣା ଘଟିଛି କାଲି ରାତିରେ । ଛାତ୍ରଛାତ୍ରୀ ମାନେ ଖାଇ ସାରିବା ପରେ ହଠାତ ଜଣକ ପରେ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ପେଟ ବ୍ୟଥା ସହ କିଛି ଛାତ୍ରଛାତ୍ରୀଙ୍କର ଝାଡା ହୋଇଥିଲା ତ କିଛି ଜଣଙ୍କର ବାନ୍ତି ହୋଇଥିଲା । ଏହା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ସିଡିଏମ୍‌ଓଙ୍କୁ ଜଣାଇଥିଲେ।

ତୁରନ୍ତ ଏକ ଡାକ୍ତରୀ ଟିମ ସ୍କୁଲ ପହଞ୍ଚି ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛ । ସେପଟେ କାହିଁକି ଏଭଳି ହେଲା ଏନେଇ ମେଡିକାଲ ଟିମ ଯାଞ୍ଚ ଆରମ୍ଭ କରିଛି। ଖାଦ୍ୟ ନା ପାଣିରୁ ଇନଫେକ୍ସନ ହୋଇଛି ସେନେଇ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *