ନଡିଆ ଗଛ ପଡି ଜଣେ ମହିଳା ମୃତ

ନଡିଆଗଛ ଭାଙ୍ଗିପଡିବାରୁ ଜଣେ ମହିଳା ମୃତ । ୪ ଜଣ ଗୁରୁତର । ଘଟଣା ଘଟିଛି କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ । ଗତକାଲି ରାତିରେ ରାମଲୀଳା ଚାଲୁଥିବା ବେଳେ ଘଟିଛି ଅଘଟଣ । ନଡିଆଗଛରେ ରଶି ବାନ୍ଧି ଟ୍ରାକ୍ଟର ରେ ଭିଡୁଥିବା ବେଳେ ଭାଙ୍ଗିପଡିଥିଲା ନଡ଼ିଆ ଗଛ। ସୂଚନା ମୁତାବକ ରାମଲିଳାରେ ହନୁମାନ ଚରିତ୍ରକୁ ନେଇ ନଡ଼ିଆ ଗଛ ରେ ରଶି ବାନ୍ଧୁ ଥିବା ବେଳେ ହଠାତ୍ ନଡ଼ିଆ ଗଛଟି ଭାଙ୍ଗି ପଡିଥିଲା । ଘଟଣା ସ୍ଥଳରେ ଜଣେ ମହିଳା ଦର୍ଶକ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ହୋଇଥିଲେ । ତେବେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ ଖବର ଦେବାପରେ ବିଳମ୍ବିତ ରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ର କାମକୁ ବାଡେଇ ଭାଙ୍ଗିଦେଇଥିଲେ । ପରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୃତ ମହିଳା ଜଣଙ୍କ ସମାଗୋଳ ଅଞ୍ଚଳର ହୋଇଥିବା ସୂଚନା । ଘଟଣା ସ୍ଥଳରେ କୁଜଙ୍ଗ ପୋଲିସ ର ତଦନ୍ତ ଆରମ୍ଭ ।