ଧାନମଣ୍ଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

କୋରେଇ ବ୍ଲକ ଅନ୍ତର୍ଗତ ଜହ୍ନା କୃଷି ସମବାୟ ସମିତିର ଧାନମଣ୍ଡି କ୍ରୟ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆକାଶ ଦାସନାୟକ ଯୋଗ ଦେଇ ଏହାର ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଜହ୍ନା ପଞ୍ଚାୟତ ପକ୍ଷରୁ କରାଯାଇଥିବା ଏହି ଧାନମଣ୍ଡି କ୍ରୟ କେନ୍ଦ୍ରର ବ୍ୟୟ ଅଟକଳ ୫୮ଲକ୍ଷ ୪ହଜାର ଟଙ୍କା ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମରେ ଜହ୍ନା ସରପଞ୍ଚ ସଂଯୁକ୍ତା ସାହୁ, ସମିତିସଭ୍ୟା ହେମଲତା ପାଢ଼ୀ, ବରିଷ୍ଠ ବିଜେପି ନେତା ପିନାକୀ ରଞ୍ଜନ ଦାସଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । କୃଷକ ମାନଙ୍କୁ ଫସଲ କରିବା ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ସହିତ ଧାନ ବିକ୍ରୟ କରି କୃଷକ ମାନେ କିଭଳି ଲାଭବାନ ହୋଇପାରିବେ ସେଥିପାଇଁ ଏହି କେନ୍ଦ୍ର ଟି ଖୋଲା ଯାଇଥିବା ବିଧାୟକ କହିଛନ୍ତି । ଧାନମଣ୍ଡି କେନ୍ଦ୍ର ଟି ଖୋଲାଯାଇଥିବାରୁ ଜହ୍ନା ପଞ୍ଚାୟତ ର କୃଷକ ଭାଇ ମାନେ ବିଧାୟକ ଆକାଶ ଦାସ ନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।