
ପୋଲିସ କବଜାରେ ଗଞ୍ଜେଇ ବେପାରୀ । ଗତ କାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ପୋଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ଵର ଛକ ନିକଟରେ ଯାନବାହାନ ଯାଂଚ ସମୟରେ ଜଣେ ସ୍କୁଟି ଚାଳକଙ୍କ ଠାରୁ ୮ କିଲୋ ୭୪ ଗ୍ରାମ ଗଞ୍ଜେଇ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ସ୍ଥାନୀୟ ରାଜପଥର ଚଣ୍ଡେଶ୍ଵର ଛକ ନିକଟରେ ଗାଡି ଯାଂଚ କରୁଥିବାବେଳେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ବରପଲି ଗ୍ରାମର ଭଗବାନ ସ୍ବାଇଁଙ୍କ ସ୍କୁଟି ଗାଡିକୁ ତନଖି କରି ସେଥିରେ ଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ କୁ ଜବତ୍ କରିଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାରେ ଟଙ୍କା ହେବ ବୋଲି ଜଣାପଡିଛି। ପୋଲିସ ଉକ୍ତ ସାମଗ୍ରୀ ସହିତ ସ୍କୁଟି ଗାଡିକୁ ଜବତ କରିବା ସହିତ ଉକ୍ତ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।