କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଚିତ୍ରୋତ୍ପଳା ନଦୀ କୂଳରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ଆୟୋଜିତ ହୋଇଯାଇଛି | ସାତ ଦିନ ବ୍ୟାପି ଚାଲିଥିବା ଏହି ମହୋତ୍ସବରେ ଗରଦପୁର ଦ୍ବିପ ଅଞ୍ଚଳର କଳା ସଂସ୍କୃତି ଓ ଐତିହ୍ୟକୁ ମହୋତ୍ସବ ମଞ୍ଚରେ ମଞ୍ଚସ୍ଥ କରାଯାଇଥିଲା |

ଓଡିଶାର ବିଭିନ୍ନ ଐତିହ୍ୟ ସମ୍ପନ୍ନ କଳାକୃତି ପାଇକ ଆଖଡ଼ା, ମାଲଖମ ଆଦି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ମଞ୍ଚରେ ପରିବେଷିତ ହୋଇଥିଲା | ଓଲିଉଡ଼ ଷ୍ଟାର ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ମହୋତ୍ସବରେ ଅତିଥି ଭାବେ ଯୋଗ ଦେଇ ଦର୍ଶକଙ୍କୁ ବିମୋହିତ କରିଥିଲେ |
ବର୍ତ୍ତମାନର ଟ୍ରେଣ୍ଡରେ ଥିବା ଗୀତ ଛି ଛି ଛି ରେ ନନି ଛି ଓ ରଙ୍ଗବତୀ ଗୀତରେ ସବ୍ୟସାଚୀ ଓ ଅର୍ଚ୍ଚିତା ମଞ୍ଚରେ ନୃତ୍ୟ କରି ମନୋରଞ୍ଜନ ଯୋଗାଇ ଥିଲେ | ସବ୍ୟସାଚୀ ନିଜ ଅପକମିଙ୍ଗ ଓଡ଼ିଆ ଫିଲ୍ମ ରାଣ୍ଡିପୁଅ ଅନନ୍ତାର ପ୍ରମୋସନ କରିଥିଲେ |
ଏଥିସହ ଅନେକ ଓଲିଉଡ ସିଙ୍ଗର ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କୁ ନିଜ ଗୀତ ମାଧ୍ୟମରେ ମନୋରଞ୍ଜନ ଯୋଗେଇଛନ୍ତି | ମହୋତ୍ସବରେ ଯୋଗ ଆୟୁରବିଜ୍ଞାନୀ କମଳ ଲୋଚନ ପାଣି ଓ ରଂଜିତା ତ୍ରିପାଠୀଙ୍କ ହାତ ତିଆରି ଆୟୁର୍ବେଦିକ ଔଷଧୀୟ ଉପକରଣର ବେଶ ଚାହିଦା ଦେଖିବାକୁ ମିଳିଛି |