
ଶିଖର ଧାୱନଙ୍କ ଦ୍ବିତୀୟ ବିବାହ ଆୟର୍ଲାଣ୍ଡ୍ର ସୋଫି ସାଇନଙ୍କ ସହ ହେବା ପରେ ମଧ୍ୟ ଚର୍ଚ୍ଚା ଚାଲିଛି। ଯଦିଓ ଏହା ତାଙ୍କ ପାଇଁ ନୂଆ, କିନ୍ତୁ ଭାରତୀୟ କ୍ରିକେଟର୍ଙ୍କ ପାଇଁ ଦ୍ବିତୀୟ ବିବାହ କାର୍ଯ୍ୟ ଅପରିଚିତ ନୁହେଁ।
ବିନୋଦ କାମ୍ବଲୀ, ଜଭାଗାଲ ଶ୍ରୀନାଥ, ମହମ୍ମଦ ଆଜାରୁଦ୍ଦିନ୍, ଅନିଲ କୁମ୍ବଲେ, ଦିନେଶ କାର୍ତିକ, ଆରୁଣ ଲାଲ, ଯୋଗରାଜ ସିଂହ, ମନୋଜ ପ୍ରଭାକର ପୂର୍ବରୁ ଦ୍ବିତୀୟ ବିବାହ କରିଥିବାର ଦୃଷ୍ଟାନ୍ତ ରହିଛି। ହାର୍ଦିକ ପାଣ୍ଡ୍ୟା, ଯୁଜ୍ବେନ୍ଦ୍ର ଚହଲ ପରେ ଏହି ତାଲିକାକୁ ଅଧିକ ବୃହତ କରିପାରିବେ।
ବିଶ୍ୱ କ୍ରିକେଟର୍ମାନଙ୍କ ମଧ୍ୟରୁ ଇମ୍ରାନ୍ ଖାନ୍, ସନଥ ଜୟସୁରିୟା, ମାହେଲା ଜୟବର୍ଦ୍ଧନେ, ତିଲକରତ୍ନେ ଦିଲସାନ୍, ସୋଏବ ମଲ୍ଲିକ, ସୁନିଲ ନାରାୟଣ, ବ୍ରେଟ୍ ଲି, ଜଣ୍ଟି ରୋଡ୍ସ, ଗ୍ଲେନ୍ ମ୍ୟାକ୍ଗ୍ରା ପ୍ରମୁଖଙ୍କ ମଧ୍ୟରେ ଦ୍ବିତୀୟ ବିବାହ କରିଥିବା ଦୃଷ୍ଟାନ୍ତ ରହିଛି। ସୋଏବ ମଲ୍ଲିକ ଓ ଇମ୍ରାନ୍ ଖାନ୍ ୩ଥର ବିବାହ କରିଥିବାର ନିଜସ୍ୱ ଉଦାହରଣ ଦେଇଛନ୍ତି।