ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଲେ ଗ୍ରାମବାସୀ


ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡ଼ିହି ଥାନାରେ ଦେଖିବାକୁ ମିଳିଛି ଉତ୍ତେଜନା | ଦୋଷୀକୁ ଗିରଫ ଦାବିରେ ନାୟକାଣିଡ଼ିହି ଥାନା ଭିତରକୁ ଧସେଇ ପଶିଛନ୍ତି ଗ୍ରାମବାସୀ |

ସୂଚନା ଅନୁସାରେ, ନାୟକାଣିଡ଼ିହି ଥାନା ଅଧିନସ୍ଥ କରଂଜଡ଼ିଆ ପଞ୍ଚାୟତରେ ଥିବା ମଳିକ ସାହିର ନବଘନ ମଳିକ ରବିବାର ସନ୍ଧ୍ୟାରେ ମାର୍କେଟରୁ ଫେରିବା ସମୟରେ କିଛି ଦୁର୍ବୃତ୍ତ ରଡ ଓ ଭୁଜାଲିରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ପଳାଇ ଯାଇଥିଲେ |

ପରେ ସ୍ଥାନୀୟ ଲୋକେ ନବଘନ ମଳିକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ମେଡିକାଲ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ | ଏହି ଆକ୍ରମଣ ପରେ ପରିବାର ଲୋକେ ଏକ ଏତଲା ଦେଇଥିଲେ କିନ୍ତୁ ନାୟକଣୀଡ଼ିହି ପୋଲିସ କିଛି ପଦକ୍ଷେପ ନେଇ ନଥିଲା |

ଆଜି ଚିକିତ୍ସିତ ଅବସ୍ଥାରେ ନବଘନଙ୍କର ମୃତ୍ୟୁ ଘଟିଛି | ମୃତ୍ୟୁ ପରେ ଗ୍ରାମ ଲୋକେ ମୃତ ଶରୀରକୁ ନାୟକାଣିଡ଼ିହି ଥାନା ଆଗରେ ରଖି ଦୋଷୀକୁ ଗିରଫ ଦାବିରେ ବିକ୍ଷୋଭ କରି ଥିଲେ ପରେ ଥାନା ଭିତରକୁ ଧସେଇ ପଶିଥିଲେ |

Leave a Reply

Your email address will not be published. Required fields are marked *