ଖାକି ପୋଷାକ ଧାରୀ ସାଜିଛି ଦେହବ୍ୟବସାୟୀର ଗରାଖ । କଥା ଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପଦ୍ମପୁର ଉପ କାରାଗାରରେ କାର୍ଯ୍ୟରତ ଜେଲ ୱାଡର ଦେହ ବ୍ୟବସାୟରେ ଲିପ୍ତ ଥିବା ପଦ୍ମପୁର ପୋଲିସ ସୂଚନା ଦେଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତିଭୂଷଣ ଭୋଇଙ୍କ ନେତୃତ୍ୱରେ ଏକ ଟିମ ପଦ୍ମପୁର କଲେଜ ରୋଡ ସ୍ଥିତ ରିଜେନସି ଲଜରେ ଚଢାଉ କରିଥିଲେ ।
ଏହି ଚଢାଉରେ ଜଣେ ଦେହଜିବୀ ଓ ଜଣେ ଗରାଖ କୁ ଠାବ କରିଥିଲା ପୋଲିସ । ତଦନ୍ତରୁ ଜଣା ପଡିଛୀ କି ଗରାଖ ଜଣକ ପଦ୍ମପୁର ଉପକାରାଗାରାର ଜଣେ କର୍ମଚାରୀ । ପଦ୍ମପର ପୋଲିସ ଉକ୍ତ ମାମଲାରେ ଦେହଜିବୀ, ଗରାଖ ଓ ଲଜ ମ୍ୟାନେଜର କୁ ଗିରଫ କରିଥିବା ଉପଖଣ୍ଡ ପୋଲିସ ଅଧିକାରି ସୂଚନା ଦେଇଛନ୍ତି ।ଏବଂ ଉକ୍ତ ଅଞ୍ଚଳରେ ଯେତିକି ବଡ ବଡ ରେଷ୍ଟୁରେଣ୍ଟ,ହୋଟେଲ ଲଜ୍ ରହିଛି ସେ ଗୁଡିକ ମଧ୍ୟ ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି।