ଦେଶ ବିଭାଜନ ବିଭୀଷିକା ଦିବସ ପାଳିତ

ଭାରତ ସ୍ୱାଧୀନତା ପୂର୍ବରୁ ଭାରତ ଓ ପାକିସ୍ତାନ ଅଗଷ୍ଟ ୧୪ରେ ବିଭାଜନ ପରେ ଅନେକ ଦଙ୍ଗା ହୋଇ ଲକ୍ଷ ଲକ୍ଷ ଙ୍କ ଜୀବନ କୁ ବଳିଦାନ ଦେବା କୁ ପଡିଥିଲା |ତେଣୁ ତାଙ୍କ ସୃତି ଉଦେଶ୍ୟରେ କେନ୍ଦ୍ର ସରକାର ଙ୍କ ନେତୃତ୍ୱ ରେ ଦେଶବ୍ୟାପି ଏହି ସୃତି ଦିବସ ପାଳିତ ହୋଇଛି | ଏହି ଅବସରରେ ଭବାନୀପାଟଣା ସ୍ଥିତ ଟାଉନହଲ ଠାରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ଦେଶ ବିଭାଜନ ବିଭୀଷିକା ସୃତିଦିବସ ପାଳିତ ହୋଇଛି |ଏଥିରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୌଣ୍ଡ, କଳାହାଣ୍ଡି ସାଂସଦ ମାଲବିକା ଦେଓ, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଆର୍ତ୍ତତ୍ରାଣ ମହାପାତ୍ର ଏବଂ ବହୁ ବରିଷ୍ଠ ବିଜେପି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ |