ଦେବଗଡ଼ରେ ଥମୁନି ହାତୀ ଉତ୍ପାତ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ନୁଆଡିହ ଫରେଷ୍ଟ ରେଞ୍ଜର ମହାସିନ୍ଧୁ, ଫୁଲଝରି, ନୁଆଡିହରେ ଦୀର୍ଘ ୨ ମାସ ହେଲା ହାତୀଙ୍କ ଉପସ୍ଥିତି ଚିନ୍ତାର କାରଣ ପାଲଟିଛି । ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି ହାତୀ ଆଉ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ।ଆଉ ଏଥିରେ ଅତିଷ୍ଠ ହୋଇପଡିଲେଣି ସ୍ଥାନୀୟ ଲୋକେ ।ତେବେ ଗତକାଲି ସନ୍ଧ୍ୟା ସମୟରେ ହାତୀପଲ ଗାଁ ରେ ପଶିଆସିଥିଲେ ଫଳରେ ଗ୍ରାମ ବାସୀ ଭୟଭୀତ ହୋଇପଡିଥିଲେ । ଖବର ପାଇ ନିକଟସ୍ଥ ବନବିଭାଗ ଉକ୍ତ ଜାଗାରେ ପହଞ୍ଚି ଦୀର୍ଘ ଏକ ଘଣ୍ଟା ପରେ ଗ୍ରାମ ବାସୀଙ୍କ ସହାୟତାରେ ହାତୀ କୁ ଘଉଡାଇବାରେ ସଫଳ ହୋଇଥିବା ବେଳେ ନଷ୍ଟ ହେଇଥିବା ଧାନ ଚାଷର କ୍ଷୟ କ୍ଷତି ଆକଳନ କରି କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *