ଦେଉଳି ମଠ ଅଭିମୁଖେ ପୁରୀର ରଥ ଚକ

କାକଟପୁରର ଦେଉଳି ମଠ ଅଭିମୁଖେ ପୁରୀର ରଥ ଚକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନନ୍ଦିଘୋଷ ରଥର ଚକଙ୍କୁ ବିନାମୂଲ୍ୟରେ କାକଟପୁର ଦେଉଳି ମଠକୁ ଦେବାପାଇଁ ସେଠାର ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା ।

ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଚକ ଦିଆଯିବା ପରେ ଭଜନ କୀର୍ତନ ଓ ସଂକୀର୍ତନ କରି ରଥ ଚକକୁ ପୁରୀରୁ ଦେଉଳି ମଠ ନିଆଯାଇଛି ।

ନବକଳେବର ସମୟରେ ଦେଉଳି ମଠରେ ବନଯାଗ ଯାତ୍ରୀ ସେବାୟତ ରହି ଦାରୁ ସଂଗ୍ରହ ପାଇଁ ଯାଇଥାନ୍ତି । ସେହିଁ ପରମ୍ପରା ଆଧାରରେ ଆଜି ରଥ ଚକ ଦିଆଯାଇଛି l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ରଥ ଚକକୁ ଦେଉଳିମଠକୁ ନିଆଯାଇଥିଲା l