ଦୃଷ୍ଟିବାଧିତ ପିଲାଙ୍କ ସହ ଜନ୍ମଦିନ ପାଳିଲେ ସମାଜସେବୀ

କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକା ତଥା ସମାଜସେବୀ ସୁଶ୍ରୀ ଜ୍ୟୋତ୍ସ୍ନା ରାଉଳ ନିଜ ଜନ୍ମଦିନକୁ ବେଶ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଫେବୃୟାରୀ ୧୫ ତାରିଖରେ ଦୃଷ୍ଟିବାଧିତ ପିଲାଙ୍କ ସହ ନିଜ ଜନ୍ମ ଦିନ ପାଳିଛନ୍ତି ସୁଶ୍ରୀ ଜ୍ୟୋତ୍ସ୍ନା । ହିନ୍ଦୁ ପରମ୍ପରା ଅନୁସାରେ ପ୍ରଥମେ କୋରାପୁଟ ଶ୍ରୀରାମ ମନ୍ଦିର, ଶିବ ମନ୍ଦିର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରିଥିଲେ।

ପରେ ସଂଧ୍ୟାରେ କୋରାପୁଟ ଦୃଷ୍ଟିବାଧିତ ବିଦ୍ୟାଳୟକୁ ଯାଇ ଦିବ୍ୟାଙ୍ଗ ପିଲାଙ୍କୁ ମିଠା ଖୁଆଇ ସେମାନଙ୍କ ସହ ବାର୍ତ୍ତାଳାପ କରି କିଛି ମୂହୁର୍ତ୍ତ ବିତାଇଥିଲେ। ଜ୍ୟୋତ୍ସ୍ନା କହନ୍ତି, ପିଲାଙ୍କ ହୃଦୟରେ ଭଗବାନ ବାସ କରନ୍ତି। ବିଶେଷ କରି ଦୃଷ୍ଟିବାଧିତ ପିଲାଙ୍କୁ ଭଗବାନ ଏକ ଅଦ୍ଭୁତ ଅନ୍ତର୍ନିହିତ ଶକ୍ତି ପ୍ରଦାନ କରିଛନ୍ତି। ସମୟ ସମୟରେ ଏଇଭଳି ପିଲାମାନେ ଏମିତି କିଛି ଅସାଧାରଣ କାର୍ଯ୍ୟ କରିଥାଆନ୍ତି, ଯାହା ସାଧାରଣ ପିଲାଙ୍କୁ ବି ବେଳେ ବେଳେ ପଛରେ ପକାଇ ଦେଇଥାଏ। ପିଲାମାନେ ନିଷ୍କପଟ ଓ ସରଳ। ସେଥିପାଇଁ ସେ ସର୍ବଦା ବଡ ମାନଙ୍କ ଅପେକ୍ଷା ଛୋଟ ଛୋଟ ପିଲା ବିଶେଷ କରି ଏମିତି ଦିବ୍ୟାଙ୍ଗ ପିଲାଙ୍କ ସହ ସମୟ ବିତାଇବାକୁ ବେଶ ଭଲ ପାଆନ୍ତି ବୋଲି ଜ୍ୟୋତ୍ସ୍ନା କହନ୍ତି ।

Leave a Reply

Your email address will not be published. Required fields are marked *