ଦୁର୍ଦାନ୍ତ ଅପରାଧୀ ସୁନିଲଙ୍କୁ ଏନକାଉଣ୍ଟର

ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନ ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ଏଥିରେ ପୁଲିସ ସଫଳତା ମଧ୍ୟ ପାଇଛି । ଏବେ ପୁଲିସକୁ ଏନକାଉଣ୍ଟର ପାଇ ଅନୁମତି ମିଳିଯାଇଛି । ତେଣୁ ଅପରାଧୀମାନେ ଯଦି ସାବଡ଼ ନ ହେବେ ତେବେ ସେମାନଙ୍କୁ ମଧ୍ୟ ପୁଲିସ ଏନକାଉଣ୍ଟର କରିବ । ବର୍ତ୍ତମାନ ପୁଲିସ ଏକ ତାଲିକା କରିଥିବା ଜଣାପଡିଛି । ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲଙ୍କୁ ପିତାତଳି ନିକଟରେ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ ରହି ଫେରାର ରହିଥିଲା । ଗୋଳନ୍ଥରା ଥାନା ପୁଲିସ ଓ ସ୍ୱତନ୍ତ୍ର ଟିମ ଚଢ଼ାଉ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ସୁନିଲ ନାହାକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା । ଏଥିରେ କେହି ଆହତ ହୋଇନଥିବା ବେଳେ ଗୁଳି ପୁଲିସ ଗାଡ଼ି ଉପରକୁ ବାଜିଥିବା ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ପୁଲିସ ଏନକାଉଣ୍ଟରରେ ସୁନିଲ ଆହତ ହୋଇଥିବା ଜଣାପଡିଛି । ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଥିବାରୁ ଆହତ ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।