ଦୁର୍ଗା ପୂଜାରେ ଦୁଲୁକୁଛି କନ୍ଧମାଳ

ଚାଲିଛି ଶାରଦୀୟ ଦୁର୍ଗା ପୂଜା । ସବୁଠି ଉତ୍ସବର ମୋହେଲ । ସୁ ଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ମେଢ ଲୋକଙ୍କୁ ଆକୃଷ୍ଟ କରୁଛି । ଆଉ ପୂଜା ମଣ୍ଡପରେ ଦେଖିବାକୁ ମିଳୁଛି ଭକ୍ତଙ୍କ ଭିଡ । ସେହିଭଳି କନ୍ଧମାଳ ଜିଲ୍ଲାର ଜି ଉଦୟଗିରି,ଫୁଲବାଣୀ,ବାଲିଗୁଡା,ରାଇକିଆ,ଟିକାବାଲି ସମତେ ବିଭିନ୍ନ ସ୍ଥାନରେ ଯାକଜକମରେ ପାଳନ ହେଉଛି ପବିତ୍ର ଦୂର୍ଗାପୂଜା।ଷଷ୍ଠୀ ଠାରୁ ଆରମ୍ଭ କରି ନବମୀ ପୂଜାଓ ମହା ଦଶମୀ ପୂଜା ଅନୁଷ୍ଠତ ହେଉଅଛି। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଏବଂ ପୂଜା ମଣ୍ଡପରେ ଚାଲିଛି ଚଣ୍ଡୀ ପାଛ ।ସହର ସାରା ରଙ୍ଗିନ ଆଲୋକରେ ଆଲୋକିତ ହେଉଛି ।ତେବେ ଙକ୍ତଙ୍କ ଭିଡକୁ ନଜରରେ ରଖି ପ୍ରଶାସନ ଓ ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ସୁ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *