କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରି ପଂଚାୟତର ଅଙ୍ଗନବାଡି ସେକ୍ଟର, ଶୁଣ୍ଢୀପୁଟ, ୱାର୍ଡ, ମନ୍ଦାରଗୁଡ଼ା, ଦୁଧାରି ଗ୍ରାମରେ ଜନ୍ମରୁ 6 ମାସ ଶିଶୁ, 7ମାସରୁ 3ବର୍ଷ ଶିଶୁ ଏବଂ 11ବର୍ଷରୁ 14 ବର୍ଷର କିଶୋରୀ ଓ 18 ରୁ 19 ବର୍ଷ ପିଲାଙ୍କ ସୁବିଧା, ଗର୍ଭବତି ମହିଳା, ପ୍ରସୂତି, ଦୃଷ୍ଟିହୀନ ଶିଶୁ ଏବଂ ଅଙ୍ଗନବାଡି କେନ୍ଦ୍ରରେ ସରକାର ଯୋଗାଉଥିବା ସୁବିଧା ଅଣ୍ଡା, ଚଣା, ଛତୁଆ, ମୁଡି, ଲଡ଼ୁ, ସୁଜି ଆଦି ଗାଁ କଲ୍ୟାଣ ସମିତିର ଅନୁଦାନ ଉପରେ ନେଇ ଦୁଧାରି ପଂଚାୟତ ସମିତି ସଭ୍ୟା, ସୁଷମା ପାଙ୍ଗି ଯାଇ ସ୍ଥିତି ଅନୁଧ୍ୟାନ କରି ତଦାରଖ କରିଥିଲେ |

ଏହାସହ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଶିକ୍ଷା, ଗୀତ, ନାଚ, ଦୁର୍ବଳ ଥିବା ନେଇ ସେମିଳିଗୁଡା ସିଡିପିଓ, ବିନୋଦିନୀ ବେହେରା ଏବଂ ସେକ୍ଟର ଇନଚାର୍ଜ ଉମାରାଣୀ ଘୋସଙ୍କୁ ସାକ୍ଷାତ କରି ଅଙ୍ଗନବାଡି କେନ୍ଦ୍ରରେ ପରିଦର୍ଶନ କରିବା ପାଇଁ କହିଥିଲେ |