ଦୀର୍ଘ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଞ୍ଚଳ ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ୨ ଟି ଅଚଳ ଅବସ୍ଥାରେ ପଡ଼ି ରହିଥିବାରୁ ୧୦ ଗୋଟେ ପଞ୍ଚାୟତ ର ୪୦ ହାଜର ରୁ ଉର୍ଦ୍ଧ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ସୂଚନାନୁସାରେ, ଠାକୁରଗଡ଼ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ବିନା ଷ୍ଟେପିନ ରେ ଚାଲୁଥିବା ବେଳେ ବର୍ତମାନ ଉକ୍ତ ଗାଡ଼ିର ୪ ଟି ଚକ ରୁ ଗୋଟିଏ ଚକ ଖରାପ ଥିବାବେଳେ ଆଉ ୩ ଟି ଚକ ସମ୍ପୁର୍ଣ୍ଣଭାବେ ଅଚଳ ଥିବାରୁ ୫ ଦିନ ହେବ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି ବୋଲି ଗାଡି ଚାଳକ ମତ ପ୍ରକାଶ କରିଛନ୍ତି l ଆମ୍ବୁଲାନ୍ସ ର ସମସ୍ତ ଅସୁବିଧା ସ୍ବାସ୍ଥ୍ୟ ବିଭାଗର ସି ଏଲ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଡ଼ିର କୌଣସି ସୁବିଧା କରି ନଥିବା ଦେଖିବାକୁ ମିଳିଛି l

ସେହିପରି ମେଡ଼ିକାଲ ଭିତରେ ଥିବା ଆମ୍ବୁଲାନ୍ସଟି ଦୀର୍ଘ ଦିନରୁ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଉକ୍ତ ଆମ୍ବୁଲାନ୍ସ ଗାଡିର ସର୍ଭିସିଂ ହୋଇ ପାରିନାହିଁ | ଯାହା ଫଳରେ ଗାଡ଼ି ରୋଗୀ ସେବା ଦେବାରେ ବହୁତ୍ ଅସୁବିଧା ଦେଖାଦେଇଛି l ଉକ୍ତ ଗାଡିକୁ ସର୍ଭିସିଂ କରିବାକୁ ଡ୍ରାଇଭର ଉଚ୍ଚ ପଦାଧିକାରୀ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗାଡି ଚାଳକ କହିଛନ୍ତି l ଉଚ୍ଚ କର୍ତୁପକ୍ଷ ଯଥା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ଆମ୍ବୁଲାନ୍ସ ୨ ଟି କୁ ଠିକ୍ କରି ସ୍ଵାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l