ଦୀପାବଳିରେ ରଙ୍ଗବେରଙ୍ଗର ବିଦ୍ୟୁତ୍ ଲାଇଟ୍କୁ ଫିକା କରିବ ମାଟିଦୀପର ସ୍ତିମିତ ଆଲୋକ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପାବଳି ପାଇଁ ଗାଁ ରୁ ସହର ଉତ୍ସବମୁଖର। ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ ହେଉଥିବା ବେଳେ ବ୍ୟବସାୟୀ ମାନେ ମଧ୍ୟ ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ସଜାଡ଼ିବାରେ ବ୍ୟସ୍ତ। ଏହି ଆଲୋକର ପର୍ବ ବହୁ ଜଣଙ୍କୁ ଖୁସି ବାଣ୍ଟିବା ସହ ନିଜ ତେଲ ଲୁଣର ଆବଶ୍ୟକତା ମେଣ୍ଟାଇବା ପାଇଁ ଲାଗି ପଡିଛନ୍ତି କୁମ୍ଭକାର ପରିବାର। କୁମ୍ଭାକାର ପରିବାରରେ ଘରେ ଘରେ ମାଟି ଦୀପ ପ୍ରସ୍ତୁତ ଚାଲିଲାଣି। ଆଧୁନିକତାର ଚାକଚକ୍ୟ ମଧ୍ୟରେ ସବୁଠି ବିଦ୍ୟୁତ୍ ରଙ୍ଗାରଙ୍ଗ ଲାଇଟ୍ ।ଏହି ଆଧୁନିକତାର ସ୍ପର୍ଶ ମଧ୍ୟରେ କମିନି ମାଟି ଦୀପର ମହକ, ସେଥିପାଇଁ ସହର ଉପକଣ୍ଠ ନେଲୁଙ୍ଗ୍ ଗ୍ରାମର କୁମ୍ଭକାର ପରିବାର ମାଟି ଦୀପ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି।

ମାଟି ଦୀପ ପ୍ରସ୍ତୁତ ହେଲେ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିବାର ଲକ୍ଷ୍ୟ ରଖିଛନ୍ତି। ଆଧୁନିକ ଲାଇଟ୍ ବ୍ୟବହାର ବଢିଥିଲେ ମଧ୍ୟ ମାଟି ଦୀପର ମହତ୍ତ୍ଵ ଅଲଗା ଥିବା କହିଛନ୍ତି ଗ୍ରାହକ। ଆଲୋକର ପର୍ବ ଦୀପାବଳିପାଇଁ ରଙ୍ଗବେରଙ୍ଗର ଲାଇଟ ସାଙ୍ଗକୁ ଦ୍ବୀପର ଚାହିଦା ମଧ୍ୟ ଢେର ରହିଛି

Leave a Reply

Your email address will not be published. Required fields are marked *