
ଦିଲ୍ଲୀ ଦରବାରରେ ମନମୋହିଲା କୋରାପୁଟିଆ ଢେମସା ନୃତ୍ୟ । ବିଶିଷ୍ଟ ଅନ୍ତର୍ଜାତିକ ଓଡିଶୀ ନୃତ୍ୟାଙ୍ଗନା ଡ. ଚନ୍ଦନା ରାଉଳଙ୍କ ତତ୍ତ୍ବାବଧାନ ରେ ଦିଲ୍ଲୀ ଦରବାରରେ ଆୟୋଜିତ ଓଡିଶା ଇଣ୍ଟର ନ୍ଯାସନାଲ ଆଦି ମହୋତସବ ରେ କୋରାପୁଟିଆ ଢେମସା ନୃତ୍ୟ ମନମୋହିଛି ।
ଭାରତୀୟ ଆଦିବାସୀ ସମ୍ପ୍ରଦାୟଙ୍କ ସାମାଜିକ ,ସାଂସ୍କୃତିକ ଓ ରାଜନୈତିକ ଅଧିକାର , ସୁରକ୍ଷା କଳାପ ଏବଂ ସେମାନଙ୍କ ମୂଲ୍ୟବାନ ଅବଦାନ ନେଇ ଜନସଚେତନତା ସୃଷ୍ଟି ସହ ପୁନଃ ଜାଗରଣ ଲକ୍ଷ୍ୟ ଏବଂ ସହିଦଙ୍କୁ ସମ୍ମାନ ଜଣାଇ ନୂଆଦିଲ୍ଲୀରେ ଅଗ୍ରଣୀ କଳାନୁଷ୍ଠାନ ଅଳ୍ପ ପକ୍ଷରୁ ଗତ ସାତ ତାରିଖରେ ଇଣ୍ତୋର ନ୍ୟାସନାଲ ସେଣ୍ଟରରେ ଓଡିଶା ଇଣ୍ତୋର ନ୍ୟାସନାଲ ଆଦି ମହୋତସବ ଆୟୋଜିତ ହୋଇଥିଲା ।
କେନ୍ଦ୍ର ସରକାରଙ୍କ ପୂର୍ବତନ ଆଦିବାସୀ ବ୍ଯାପାର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଉଦଘାଟନ କରିଥିଲେ । ସମ୍ପାଦକ ସୁମିତ ସୈରଭା ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜେପି ସଂସଦ ସଦସ୍ଯ ସୁଜିତ କୁମାରଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ସଂସଦ ସଦସ୍ୟ ଓ ଚିନ୍ତକ ନୀତି ନିର୍ମାତା ସୁଜିତ କୁମାର , ପୂର୍ବତନ ଏଆଇଜି, ଏସ୍ପିଜି ଓ ପୁଲିସ ମହାନିରୀକ୍ଷକ ଅଶୋକ କୁମାର ବହୁଭାଷୀ ନାଟ୍ୟକାର ପ୍ରଦୀପକୁମାର ପଣ୍ତା ଏବଂ ୱିଦ୍ ପିପଲର ସିଇଓ ଅଜୟ ମହାପାତ୍ରଙ୍କୁ ଓଡିଶା ଅନ୍ତର୍ଜାତିକ ଆଦି ଗୈରବ ସମ୍ମାନ ପ୍ରଦାନ କରାଯାଇଥିଲା।