ଦିଲ୍ଲୀର ବିକାଶପୁରୀ ଅଞ୍ଚଳରେ ବସ୍ କଣ୍ଡକ୍ଟରଙ୍କ ମୃତ୍ୟୁ

ଦେଶରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି |କେତେବେଳେ ତ ଦିନରେ ହେଉଛି ତ ଆଉ କେତେବେଳେ ରାତିରେ | ଲୋକ ମାନଙ୍କର ଜୀବନ ପ୍ରତି ସବୁବେଳେ ବିପଦ ଲାଗି ରହିଛି | ନିଜକୁ ସୁରକ୍ଷିତ ଭାବିବା ଏବେକାର ଦିନ ପାଇଁ ଭୁଲ , କେତେବେଳେ ବି ହୋଇପାରେ | କେତେବେଳେ ବସ ଦୁର୍ଘଟଣା ତ ଆଉ କେତେବେଳେ ଟ୍ରେନ ଓ ପଲେନ ଦୁର୍ଘଟଣା | ସେମତି ଏକ ଦୁର୍ଘଟଣା ସାମନାକୁ ଆସିଛି ,ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ବିକାଶପୁରୀ ଅଞ୍ଚଳରେ ଏକ ବସ୍ ନିଆଁ ଲାଗିଯାଇଥିଲା |ସେହି ଘଟଣାରେ 25 ବର୍ଷୀୟ ବସ୍ କଣ୍ଡକ୍ଟର ସୁନୀଲଙ୍କ ମୃତ୍ୟୁ ହୋଇଛି | ଖବର ଅନୁଯାୟୀ ,ସୁନୀଲ ବସ୍ ଭିତରେ ମଶା ଧୂପକାଠି ଲଗାଇ ଶୋଇଥିଲେ,ଲାଗୁଛି ସେହି ମଶା ଧୂପ ଜାଳିବାରୁ ବସ ଭିତରେ ନିଆଁ ଲାଗିବାର ପ୍ରମୁଖ କାରଣ ହୋଇପାରେ। ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତି ୧୨:୩୫ ସମୟରେ ଅଗ୍ନିଶମ ବିଭାଗକୁ ଅଗ୍ନିକାଣ୍ଡ ସମ୍ପର୍କରେ ଏକ ଫୋନ୍ ମିଳିଥିଲା। ଘଟଣାସ୍ଥଳକୁ ତିନୋଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିଲା। ଧୂପକାଠି ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସର ସୂଚନା ଅନୁଯାୟୀ,ବସ୍‌ଟି ହରିୟାଣାର ପଞ୍ଜିକରଣ ନମ୍ବର ଥିଲା ଏବଂ ଏହା ଏକ ଘରୋଇ ବସ୍ ଥିଲା ଯାହାକୁ ମାତ୍ର ୨୮ ଦିନ ପୂର୍ବେ ସେବା ଯୋଗାଇ ଦିଆଯାଇଥିଲା।

ଅଗ୍ନିକାଣ୍ଡ ପରେ,ଜଣେ ସ୍ଥାନୀୟ ବାସିନ୍ଦା ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ନିଆଁ ଲିଭାଇଥିଲେ। ପୋଲିସ ଅଗ୍ନିକାଣ୍ଡର କାରଣ ତଦନ୍ତ କରୁଛି। ପରେ ସୁନୀଲଙ୍କ ମୃତଦେହ ବସ୍ ରୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଥିଲା।