
ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବଡ଼ ବଜାର ଛକ ନିକଟରୁ ଦିନ ଦ୍ୱିପହରରେ ଦୁଇ ଲକ୍ଷ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ।ସୂଚନା ଅନୁସାରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଜଳେଶ୍ଵର ବ୍ଲକ ରାୟାରାମଚନ୍ଦ୍ରପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ପ୍ରଧାନ ଏବଂ ତାଙ୍କ ସାଙ୍ଗ ଅବସରପ୍ରାପ୍ତ ଶିକ୍ଷକ ମୁରଲୀଧର ଦତ୍ତ ଏକ ସ୍କୁଟି ଯୋଗେ ଆସି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ବଡ଼ବଜାରର ଛକ ନିକଟରେ ହଠାତ୍ ଦୁଇ ଜଣ ଯୁବକ ଏକ ଆର ୱାନ ଫାଇଭ ବାଇକ୍ ରେ ଆସି ଦୁଇ ବୃଦ୍ଧଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ୍ କୁ ଛଡାଇ ନେଇ ଫେରାର ହୋଇଯାଇଥିଲେ।ତେବେ ଉକ୍ତ ବ୍ୟକ୍ତି ଜଣକ ତଳେ ପଡ଼ିଯିବା ଫଳରେ ଗୋଡରେ ଆଘାତ ହୋଇ ରକ୍ତପାତ ହୋଇଯାଇଥିଲା।ଫଳରେ ଜଳେଶ୍ବର ଜୀକେ ଭଟ୍ଟର ହସ୍ପିଟାଲ ଯାଇ ଚିକିତ୍ସା ହୋଇ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହି ବ୍ୟାଗରେ ନଗଦ ଦୁଇ ଲକ୍ଷ ଟଙ୍କା,ଚେକ୍ ବୁକ୍,ପାସ ବୁକ୍ ଓ ଆଧାର କାର୍ଡ ଥିବା ବେଳେ ଲୁଟେରା ମାନେ ଦୃତ ଗତିରେ ନୁଅବଜାର ମୁହାଁ ପଲାଇ ଯାଇଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।