
ଶୁକ୍ରବାର ପାକିସ୍ତାନ କ୍ରିକେଟ୍ ବୋର୍ଡ ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା କରିଛି । ନିକଟରେ ସରିଥିବା ଏସିଆ କପରେ ଆହତ ହୋଇଥିବା ପାକିସ୍ତାନୀ ଦ୍ରୁତ ବୋଲର ନସୀମ ଶାହଙ୍କୁ ବିଶ୍ୱକପ୍ ସ୍କ୍ୱାଡରେ ସାମିଲ୍ କରାଯାଇ ନାହିଁ । ଦଳକୁ ଫେରିଛନ୍ତି ଭେଟରାନ୍ ପେସର୍ ହାସନ୍ ଅଲୀ । ଦିନିକିଆ ବିଶ୍ୱକପରେ ପାକିସ୍ତାନ କ୍ରିକେଟ ଦଳର ନେତୃତ୍ୱ ନେବେ ବାବର ଆଜମ । ଶାଦବ ଖାନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ନସୀମ ଆହତ ଥିବାରୁ ହାସନ୍ ଅଲୀଙ୍କୁ ଦଳରେ ସାମିଲ୍ କରାଯାଇଥିବା କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ୍ ଉଲ୍ ହକ୍ । ଏସିଆ କପରେ ଭାରତ ବିପକ୍ଷ ମ୍ୟାଚ୍ ବେଳେ ନସୀମ ଶାହଙ୍କ କାନ୍ଧରେ ଆଘାତ ଲାଗିଥିଲା । ନସୀମଙ୍କ ସର୍ଜରୀ ହେବାକୁ ଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୩ରୁ ୪ ମାସ ସମୟ ଲାଗିବ । ଏଥିସହ ପାକିସ୍ତାନ ଟିମର ମୁଖ୍ୟ ଚୟନକର୍ତ୍ତା ରିଜର୍ଭ ଖେଳାଳି ଭାବେ ଦଳରେ ମହମ୍ମଦ ହରିସ, ଅବରର ଅହମଦ ଓ ଜମନ ଖାନଙ୍କୁ ରଖିଛନ୍ତି । ଦିନିକିଆ ବିଶ୍ୱକପ୍ ପାକିସ୍ତାନ ଦଳରେ ବାବର ଆଜାମ (ଅଧିନାୟକ), ଶଦବ ଖାନ (ଉପ ଅଧିନାୟକ), ଫଖର ଜମନ, ଇମାମ୍ ଉଲ୍ ହକ୍, ଅବ୍ଦୁଲ୍ଲାହ୍ ଶାଫିକ୍ୟୁ, ମହମ୍ମଦ ରିଜୱାନ୍, ଇଫ୍ତିଖର ଅହମଦ, ଅଘା ସଲମାନ, ସୌଦ ଶକିଲ, ମହମ୍ମଦ ନୱାଜ, ଶାହିନ ଅଫିଦି, ହ୍ୟାରିସ୍ ରାଉଫ, ହସନ ଅଲୀ, ଉସମା ମୀର୍, ମହମ୍ମଦ ୱାସିମ୍ ଜୁନିଅର ଅଛନ୍ତି ।