ଦାଦା-ବଟି ନ ଦେବାରୁ ମରଣାତ୍ମକ ଆକ୍ରମଣ, ରକ୍ତାକ୍ତ ଅବସ୍ଥାରେ ଥାନାରେ ପହଁଚିଲେ ବ୍ୟବସାୟୀ

ଦାଦା ବଟି କୁ ନେଇ ରକ୍ତ ପାତ, ମାଛ ବ୍ୟବସାୟୀ ଙ୍କୁ ଆକ୍ରମଣ କରି ସୁନା ଚେନ, ମୁଦି, ପଚାଶ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ. କୁଦାନଗରୀ ଥାନା ରେ ମାମଲା ରୁଜ୍ଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି. କୁଦାନଗରୀ ଥାନା ଅନ୍ତର୍ଗତ ମାହାଳ ବାବା କଲ୍ୟାଣ ମଣ୍ଡପ ନିକଟ ରେ କିଛି ଦୁର୍ବୁତ୍ତ ଜଣେ ମାଛ ବ୍ୟବସାୟୀ ରାକେଶ ମାହାଳି ଙ୍କୁ ମାରଣlନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ମୁଦି ଚେନ ଲୁଟି ନେଇଥିଲେ.ତେବେ ଆକ୍ରମଣକାରି ଙ୍କୁ ଅଭିଯୋଗକାରି ଚିନ୍ହଟ କରିଛନ୍ତି.ଅଭିଯୋଗ ଅନୁଯାୟୀ ସଂଧ୍ୟା ସମୟରେ ଚାଅପୁର ଗାଁ ର ମାଛ ବ୍ୟବସାୟୀ ରାକେଶ ବ୍ୟବସାୟ ଟଙ୍କା ସହ ଘରକୁ ଫେରୁଥିଵା ସମୟ ରେ କାବିଲ ପୁର ଓ ଛକନା ଅଞ୍ଚଳ ର କିଛି ଗୁଣ୍ଡା କିଶୋର ଓରଫ ଖଟୁ ନାୟକ,, ଚି଼ଙ୍କୁ,ଚିଣ୍ଟୁ,ବିଳାସ ରାଉଳ ଓ ତାଙ୍କର ସହଯୋଗୀ ମାନେ ବାବା କଲ୍ୟାଣ ମଣ୍ଡପ ନିକଟ ରେ ଅଟକାଇ ମଦ ବୋତଲ ରେ ରାକେଶ ଙ୍କ ମୁଣ୍ଡ କୁ ଫଟାଇ ଠେଙ୍ଗା ସାହାଯ୍ୟ ରେ ଆକ୍ରମଣ କରି ଲହୁଲୁହାଣ କରି ଟଙ୍କା ସୁନା ଲୁଟିଥିଲେ. ପୂର୍ବରୁ ଦୁର୍ବୁତ୍ତ ମାନେ ରାକେଶ ଙ୍କୁ ବାରମ୍ବାର ଦାଦାବଟି ମାଗୁଥିଲେ ହେଲେ ରାକେଶ ଦାଦାବଟି ନ ଦେବାରୁ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିଲା. ରାକେଶ ଙ୍କ. ମୁଣ୍ଡ ଓ ହାତ ରେ ଗଭୀର ଆଘାତ ଲାଗୁଥିଲା . ମୁଣ୍ଡରୁ ଗଭୀର ରକ୍ତ ସ୍ରାବ ହୋଇଥିଲା.ରାକେଶ ଙ୍କୁ ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରି କୁଦାନଗରୀ ଥାନା ନେଇଥିଲେ.ସେଠାରେ ସେ ଅଭିଯୋଗ ଦେବାପରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା . ଏନେଇ କୁଦାନଗରୀ ଥାନା ରେ ଅଭିଯୋଗ ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛନ୍ତି

Leave a Reply

Your email address will not be published. Required fields are marked *