ଭାରତୀୟ ରେଳବାଇକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଣି ଭଳି ଟଙ୍କା ବୁହାଯାଉଛି । ନୂଆ ରେଳ ଧାରଣା, ନୂଆ ରେଳ ଇଞ୍ଜିନ୍, ନୂଆ କୋଚ୍, ଷ୍ଟେସନର ଆଦୁନିକିକରଣ ବାବାଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଏବେ ବି ଅନେକ ସ୍ଥାନ ରହିଛି ଯେଉଁଠାକୁ ରେଳ ସଂଯୋଗ ହୋଇପାରି ନାହିଁ । ନୟାଗଡ ଜିଲ୍ଲା ଦଶପଲ୍ଲାକୁ ରେଳ ଚଳାଚଳ ଦାବି କରି କଂଗ୍ରେସ ତରଫରୁ ନୂଆଗାଁ ବ୍ଲକ ମହିପୁରୁ ଟେସନ ଠାରେ ପ୍ରତିବାଦ କରାଯାଇଛି ।
ଗତକାଲି ଆଜି କେନ୍ଦ୍ର ବିଜେପି ସରକାରଙ୍କ ବ୍ୟୈମାତ୍ରୁକ ମନୋଭାବ ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଛି । ମହିପୁରୁ ରେଳ ଷ୍ଟେସନ ଠାରେ ଦଶପଲ୍ଲା, ଗଣିଆ ଏବଂ ନୂଆଗାଁ ବ୍ଲକ କଂଗ୍ରେସ କମିଟିର ଶତାଧିକ ନେତା ଓ କର୍ମି ଏହି ପ୍ରତିବାଦ କରିଥିଲେ । ଏହି ପ୍ରତିବାଦରେ ଜିଲ୍ଲା ସଭାପତି ରଣଜିତ ବିଶ୍ବାଳ ସାମିଲ୍ ହୋଇ ବିଜେପି ସରକାର ଉପରେ ବର୍ଷିଥିଲେ ।