ଗାଁରେ ପଶିଲା ଗୋଠଛଡା ଦନ୍ତା, ଲୋକେ ଆତଙ୍କିତ | କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଗଡବାନ୍ଦୋଗଡା ଗାଁ ଭିତକୁ ଆଜି ସକାଳୁ ସକାଳୁ ପଶିଆସିଛି ଏକ ଗୋଠଛଡା ଦନ୍ତା | ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ହାତୀ ଟି ଗାଁ ଭିତରକୁ ପଶିଆସୁଥିବା ସମୟରେ ଲୋକେ ଦେଖିଥିଲେ | ଖବର ପ୍ରଚାରିତ ହେବାପରେ ହାତୀ କୁ ଘଉଡାଇବାକୁ ବହୁ ସଂଖ୍ୟାରେ ଲୋକେ ହାତୀ ପଛରେ ଗୋଡାଇଥିଲେ |




ପରେପରେ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀଟିକୁ ଘୈଡାଇବାରୁ ନିକଟସ୍ଥ ପଟିଲୋ ଜଙ୍ଗଲ ମଧ୍ଯକୁ ପଳାଇଛି ହାତୀ | ଯାଜପୁର ଜିଲ୍ଲା ଟମକା ସଂରକ୍ଷିତ ଜଙ୍ଗଲରୁ ଏହି ଦନ୍ତା ହାତୀ ଟି ଆସିଥିବା ଅନୁମାନ କରାଯାଉଛି |