ଦକ୍ଷିଣାଞ୍ଚଳରେ ୮ ଦିନରେ ପରିବେଷଣ ହେବ ୧୬ ନାଟକ

ଦକ୍ଷିଣ ଓଡିଶା ନାଟ୍ୟ ମହୋତ୍ସବ ତରଫରୁ କୋରାପୁଟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି |

ଓଡିଶା ନାଟ୍ୟ ସଂଘର ସମ୍ପାଦକ ଶୁଭଙ୍କର ପାଢ଼ୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ହାଇଥିଲା, ପ୍ରଥମ ଥର ପାଇଁ ଦକ୍ଷିଣ ଓଡିଶାରେ ନାଟ୍ୟ ମହୋତ୍ସବ 2025 ଅନୁଷ୍ଠିତ ହେବ | ନାଟକ ଏପ୍ରିଲ ସାତରୁ ଆରମ୍ଭ ହୋଇ 14 ତାରିଖ ଯାଏ ଚାଲୁ ରହିବ |

ଏହି ଆଠ ଦିନରେ 16ଟି ନାଟକ ସ୍ଥାନୀୟ କଳାକାରଙ୍କୁ ନେଇ ପରିବେଷଣ କରାଯିବ | ମହୋତ୍ସବ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ପରିବେଷଣ ହେବ | ଏହି ମହୋତ୍ସବରୁ କଳାକାର ଓ ନାଟକ ଟି ସର୍ବଶ୍ରେଷ୍ଠ ବିବେଚିତ ହେବ ତାହାକୁ ରାଜ୍ୟସ୍ତରରେ ପରିବେଷଣ କରାଯିବ |

ଏଥିରେ କୋରାପୁଟ ସାଂସ୍କୃତିକ ପରିଷଦ, କୋରାପୁଟ ନନ୍ଦନିକା, ସୁନାବେଡା ଗୋଲଡେନ ମିଗ କଳା ପରିଷଦ, କୋଟପାଡ଼ ଦମୟନ୍ତୀ କଳାପରିଷଦ, ସୁନାବେଡା ଉତ୍କଳ ସାଂସ୍କୃତିକ ପରିଷଦ, ପ୍ରିୟା ଥିଏଟର ଏବଂ ଜୟପୁର କଲେଜ ଅଫ ଫାର୍ମାସୀ ଏବଂ ଦାମନଯୋଡି ପଞ୍ଚପଟ ମାଳି ନାଟ୍ୟ ମହୋତ୍ସବ ଭାଗ ନେବା ସହ ପରିଚାଳନା ନେଇ ନିଷ୍ପତି ହଇଛି |

ବୈଠକରେ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବର ଉପସଭାପତି ମନୋଜ ଦଣ୍ତପାଟ, ରାଜ୍ୟ ଯୁଗ୍ମ ସମ୍ପାଦକ ସମୀର ମହାପାତ୍ର, କୋରାପୁଟ ସାଂସ୍କୃତିକ ପରିଷଦର ସଭାପତି ଶିବପ୍ରସାଦ ରଥ, ସୋମ୍ପାଦକ ଅତନୁ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ | ପରିଶେଷରେ ଜିତେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ |