ତୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

କୋରାପୁଟ : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୁରିଆ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି | କାର୍ଯ୍ୟକ୍ରମରେ ପଟ୍ଟାଙ୍ଗି ବିଧାୟକ ତଥା ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା ସ୍କୁଲ ଘର ଗୁଡିକ ନୂତନ ଭାବେ ନିର୍ମାଣ କରାଯିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁତ୍ବାରୋପ କରିଥିଲେ |

କାର୍ଯକ୍ରମରେ ସମ୍ମାନିତ ଅଥିତି ଭାବେ ପଟ୍ଟାଙ୍ଗି ଜିଲ୍ଲା ପରିଷଦ ସଭ୍ୟା ଟୀକାଇ ଗେମେଲ, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି, ସାମାଜିକ ସେଵୀ ରୋଞ୍ଜିତ ପାଙ୍ଗି, ପ୍ରଧାନ ଶିକ୍ଷକ କୃପା ପ୍ରସାଦ ଜାନି, ଜିଲ୍ଲା ମଙ୍ଗଳ ଅଧିକାରି ସୁନୀଲ କୁମାର ତାଣ୍ଡି, ସାଂସଦ ପ୍ରତିନିଧି ଶୂକ୍ରା ଖରା, ବିଧାୟକ ପ୍ରତିନିଧି ଅର୍ଜୁନ ବାଙ୍କା, ବ୍ଲକ ମଙ୍ଗଳ ଅଧିକାରୀ, ଅନିଲ ସେଠୀ, ଏସ ଏମ ସି କମିଟି ସଭାପତି ଗଦ୍ରୁ ଖରା ଯୋଗ ଦେଇଥିଲେ | ଶେଷରେ ଆୟୋଜିତ ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା |

Leave a Reply

Your email address will not be published. Required fields are marked *