ତୀର ମାଡ କରି ବଡ ଭାଇର ଜୀବନ ନେଲା ସାନଭାଇ

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାନ ଭାଇର ତୀର ମାଡରେ ବଡଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ତୀର ମାରିବା ପରେ ନିଜେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଲୁଙ୍ଗା ଗ୍ରାମର ବଡଭାଇ ଗମିହା ମୁଣ୍ଡା ଓ ତାର ସାନଭାଇ ସାନ୍ତନୁ ମୁଣ୍ଡା ପାରିବାରିକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ସାନଭାଇ ରାଗି ଯାଇ ଘରେ ରଖିଥିବା ତୀରରେ ବଡଭାଇକୁ ଆକ୍ରମଣ କରି ହତ୍ୟା କରିଥିଲା । ବଡଭାଇର ମୃତ୍ୟୁ ହୋଇଥିବା ଦେଖି ସାନ ଭାଇ ସାନ୍ତନୁ ଘରେ ଥିବା କିଟନାଷକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ମହୁଲଡିହା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବଡଭାଇର ଶବକୁ ଜବତ କରିବା ସହ ବିଷପାନ କରି ଗୁରୁତର ଥିବା ସାନଭାଇକୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।