ତିର୍ତ୍ତୋଲ ବ୍ଲକ ଗୋପିଆକୁଦ ସ୍ଥିତ ଚେଳିତୋଳ ବାଲିଯାତ୍ରା ଓ ବୋଇତ ବନ୍ଦାଣ ପାଇଁ ଭୂମିପୂଜା

ତିର୍ତ୍ତୋଲ ବ୍ଲକ ଗୋପିଆକୁଦ ସ୍ଥିତ ଚେଳିତୋଳ ବାଲିଯାତ୍ରା ଓ ବୋଇତ ବନ୍ଦଣ ପାଇଁ ଆଜି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନେତୃତ୍ୱରେ ଭୂମିପୂଜା କାର୍ଯ୍ୟକ୍ରମ ହୋଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଏହି ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେବାପାଇଁ ବିଧାୟକ ବିଜୟ ଶଙ୍କର ଦାସ ସୂଚନା ଦେଇଥିଲେ । ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବାଲିଯାତ୍ରା ପଡିଆରେ ହୋମ ଯଜ୍ଞ କରାଯାଇଥିଲା । ଏବଂ ଉକ୍ତ କାର୍ଯ୍ୟକ୍ରମରେ ଅନେକ ମାନଗଣ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *