ଅନ୍ତ୍ୟୋଦୟ ଗୃହ ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ବ୍ଲକ ଅଧକ୍ଷ ମନୋଜ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡଃ. ରମାକାନ୍ତ ଭୋଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲା ପରିଷଦ ରଞ୍ଜିତା ସିଂ, ବ୍ଲକ ଉପାଧ୍ୟକ୍ଷା , ବିଡ଼ିଓ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ , ବ୍ଲକ ପ୍ରକଳ୍ପ ଅଧିକାରୀ , ସରପଞ୍ଚ , କାନୀମୂଳ ସମିତି ସଭ୍ୟ ବସନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

ଅନ୍ତ୍ୟୋଦୟ ଗୃହ ଯୋଜନାରେ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତରେ ମୋଟ ୧୩୭ ହିତାଧିକାରୀ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ସମସ୍ତ ଲୋକ ପ୍ରତିନିଧି ଉପସ୍ଥିତ ରହି ସେମାନଙ୍କ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ସହଯୋଗ କରିଥିଲେ ।