
ଓଡ଼ିଆ ପାଞ୍ଜି ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷା ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ମୀନ ସଂକ୍ରାନ୍ତି ଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ମାଙ୍କର ସେବକ ମାନେ ଗାଁ ଗାଁ ବୁଲି ଘଟନୃତ୍ୟ କରିବା ସହିତ ମା ସାରଳାଙ୍କର ମହିମା ପ୍ରଚାର କରିଥାନ୍ତି । ମଧ୍ୟାହ୍ନ ସମୟରେ ମା ଙ୍କର ପ୍ରାଚୀନପୀଠ ନଣ୍ଡା ଦେଉଳକୁ ଏକ ସୁସଜ୍ଜିତ ବିମାନରେ ଘଣ୍ଟା ଘଣ୍ଟା କାହାଳି ମାଦଳ ସହିତ ବିରାଟ ପଟୁଆରରେ ଯିବେ । ସେଠାରେ ମା ଙ୍କର ନୀତି କାନ୍ତି ସରିବା ପରେ ବ୍ରତ ରଖିଥିବା ଘଣ୍ଟିଆ ମାନେ ନଣ୍ଡା ଦେଉଳ ଠାରେ ନିଆଁରେ ଚାଲି ଅଗ୍ନି ପରୀକ୍ଷା ଦେଇ ସେମାନଙ୍କର ବ୍ରତ ଭାଙ୍ଗିବାର ବ୍ୟବସ୍ଥା ଅନାଦି କାଳରୁ ରହିଛି | ପଣା ସଂକ୍ରାନ୍ତି ଉପଲକ୍ଷେ ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ସ୍ବେଛାସେବୀ ସଂଗଠନ ତରଫରୁ ପଣା ଓ ତରଭୁଜ ଆଦି ବଣ୍ଟନ କରାଯାଇଥିଲା ।