ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ କମ୍ୟୁନିଟି ଭଲି ବଲ ମ୍ୟାଚ୍

ପୋଲିସ ପ୍ରଶାସନ ସହିତ ସାଧାରଣ ଲୋକଙ୍କ ବିଶ୍ବାସ ଓ ସୁସମ୍ପର୍କ ସ୍ଥାପନ କରିବା ନିମନ୍ତେ ଗତକାଲି ତାଳଚୁଆ ସାମୁଦ୍ରିକ ଥାନାର ଭାରପ୍ରାପ୍ତ ଅଧିକାରୀ ବିମଲ କୁମାର ମଲ୍ଲିକଙ୍କ ନେତୃତ୍ଵରେ ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ କେରୁଆପାଳ ପଂଚାୟତ ଦେଉଳସାହି ଠାରେ ସ୍ଥାନୀୟ ଯୁବ ପିଢ଼ିଙ୍କ ମଧ୍ୟରେ ଏକ ଭଲି ବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଭଲି ବଲ ମ୍ୟାଚ୍ କୁ ତାଳଚୁଆ ସାମୁଦ୍ରିକ ଥାନାର ଅଧିକାରୀ ବିମଲ କୁମାର ମଲ୍ଲିକ ଶୁଭାରମ୍ଭ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅପରେସନ ସିନ୍ଦୂରରେ ଭାରତୀୟ ସୈନିକ ମାନଙ୍କ ପରାକ୍ରମ କୁ ସମ୍ମାନ ଜଣାଇ, ଭଲି ବଲ ମ୍ୟାଚ୍ ଆରମ୍ଭ କରାଯାଇଥିଲା। ଏହି ଭଲି ବଲ ମ୍ୟାଚ୍ ରେ ଗିରିଆପାହି, ଅହିରାଜପୁର, ଦେଉଳସାହି ଓ ପ୍ରଭାତୀ ଗାଁର ଯୁବ ପୀଢ଼ି ସାମିଲ ହୋଇଥିଲେ । ଶେଷରେ ଏହି ମ୍ୟାଚ୍ ରେ ଚାମ୍ପିଅନ ହୋଇଥିବା ପ୍ରଭାତୀ ଟିମ୍ କୁ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ବିମଲ କୁମାର ମଲ୍ଲିକ ଟ୍ରଫି ପ୍ରଦାନ କରିଥିଲେ। ଶ୍ରୀ ମଲ୍ଲିକ କହିଛନ୍ତି ତାଳଚୁଆ ଅଞ୍ଚଳରେ ଅନେକ ବାଂଲାଦେଶୀ ଅନୁପ୍ରେଶକାରୀ ଲୁଚି ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଧାରଣ ଲୋକଙ୍କ ସାହଯ୍ୟ ନିହାତି ଆବଶ୍ୟକ ଯାହା ଏହି ଭଲି ବଲ ମ୍ୟାଚ୍ ଜରିଆରେ ସୁସମ୍ପର୍କ ଦ୍ଵାରା ସମ୍ଭବ ହୋଇପାରିବ।